ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ସୋନପୁର ବ୍ଲକ୍
ବଲାଙ୍ଗୀର, ୨୮ ନଭେମ୍ବର(ହି.ସ.) – ଆଜି ସୋନପୁର ମୁନସିପାଲଟି ଟାଉନ ହଲ୍ ଠାରେ ସୋନପୁର ବ୍ଲକର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ସୁବ୍ରତ କୁମାର ପୁରୋହିତ, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ, ଉଲୁଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସୋନପୁର ବ୍ଲକର ସମସ
ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ସୋନପୁର ବ୍ଲକ୍


ବଲାଙ୍ଗୀର, ୨୮ ନଭେମ୍ବର(ହି.ସ.) – ଆଜି ସୋନପୁର ମୁନସିପାଲଟି ଟାଉନ ହଲ୍ ଠାରେ ସୋନପୁର ବ୍ଲକର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ସୁବ୍ରତ କୁମାର ପୁରୋହିତ, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ, ଉଲୁଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସୋନପୁର ବ୍ଲକର ସମସ୍ତ ଗ୍ରାମ ପଂଚାୟତରୁ ୪୦୦ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣିପାଳକ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ଦଳର ମା’ମାନେ ଅଂଶଗ୍ରହଣ କରିଥିଲେ। ଏତତ୍ବ୍ୟତୀତ ଉତ୍ସାହୀ ଜନ ସାଧାରଣ, ପଂଚାୟତ ସମିତିର ସଭ୍ୟ ସଭ୍ୟା, ସରପଂଚ, ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ, ତାଙ୍କର ସହାୟକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ, ରାଜେନ୍ଦ୍ର ମାଝୀ ମେଳା ଓ ପ୍ରଦର୍ଶନୀକୁ ଫିତା କାଟି ଉଦ୍ଘାଟନ କରିଥିଲେ। ଡାକ୍ତର ସୁନାକର ସାମଲ, ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ସୋନପୁରଙ୍କ ଆବାହକତ୍ୱ ଓ ତ୍ରିଲୋଚନ ସେଠୀ, ମତ୍ସ୍ୟ ସହ ଅଧିକାରୀ, ସୋନପୁରଙ୍କ ସହ ଆବାହକତ୍ୱରେ ଅନୁଷ୍ଠିତ ସଭାରେ, ମୁଖ୍ୟଅତିଥି ରୂପେ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତୀକ କର, ଗୋଷ୍ଠି ଉନ୍ନୟନ ଅଧିକାରୀ, ସୋନପୁର ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସାନନ୍ଦ ମେହେର, ସାଂସଦ ପ୍ରତିନିଧି, ସୋନପୁର, ରାଧାକାନ୍ତ ମହାକୁର, ସାଂସଦ ପ୍ରତିନିଧି, ଉଲୁଣ୍ଡା, ପ୍ରତାପ ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ସୁବର୍ଣ୍ଣପୁର, ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବରେ ଡାକ୍ତର ବିରୁପାକ୍ଷ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସୁବର୍ଣ୍ଣପୁର ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ତ୍ରିଲୋଚନ ସେଠୀ, ଏଫ୍ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଦୁଇଜଣ ପ୍ରାଣୀ ପାଳକ ଓ ଜଣେ ମତ୍ସ୍ୟ ଚାଷୀଙ୍କୁ ନୂତନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପାଂଚଜଣ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗର ଚାଷୀଙ୍କୁ ସବ୍ସିଡି ପ୍ରଦାନ କରାଯାଇଥିଲା। ଚାରିଜଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଚାଷୀଙ୍କୁ ତାଙ୍କର ଅନୁଭୂତି ବର୍ଣ୍ଣନା ପାଇଁ ଆର୍ôଥକ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିିତ୍ସାଧିକାରୀ ଡ଼ା. ଶଙ୍କର୍ଷଣ ମାହୁନ୍ତ ଓ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ସୋନପୁର ଡ଼ା. ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଚାଷୀ-ବିଶେଷଜ୍ଞ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୋନପୁର, ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପିଏମ୍ଶ୍ରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ର, ଛାତ୍ରୀମାନଙ୍କ ଦ୍ୱାରା ଦଳଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଉକ୍ତ ମେଳାକୁ ଆୟୋଜନ କରିଥିଲେ ଡ଼ା. ସୁନାକର ସାମଲ, ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ସୋନପୁର, ଡା. ନିବେଦିତା ସାହୁ, ପ୍ରାଣୀ ଚିକିତ୍ସକ, ସୋନପୁର, ଡ଼ା. କୁମାର ସୁଜ୍ଞାନ, ପ୍ରାଣୀ ଚିକିତ୍ସକ। ସୁଚାରୁ ରୂପେ ଆୟୋଜନରେ ସହଯୋଗ କରିଥିଲେ ଡ଼ା. ଝସକେତନ ପଶାୟତ, ଡ଼ା ଅରୁଣ ସାହୁ, ଡ଼ା. ଆକାଶ ଦେବତା, ଡା. ଆକାଶ କୁମାର ସାହୁ, ଡ଼ା ସଂଜୀବନୀ ବୁଡେକ୍, ଡା. ମିନାଭେଲି ରମ୍ୟା ଆଦି ପ୍ରାଣୀ ଚିକିତ୍ସକ ଓ ଶ୍ରୀ ଲଳିତ ମେହେର, ଶ୍ରୀ ସୁରେଶ ମଲ୍ଲିକ, ଶ୍ରୀ ଉଦୟ ଚନ୍ଦ୍ର ପାତ୍ର, ଶ୍ରୀ ଅଶ୍ୱିନୀ କୁମାର ପୁରୋହିତ ଶ୍ରୀ ପ୍ରଦୀପ ନାଏକ, ଶ୍ରୀ ଦିଲ୍ଲୀପ ମହାକୁର ଆଦି ପ୍ରାଣୀଧନ କର୍ମଚାରୀ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande