ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରେ କୁଢ କୁଢ ଅଳିଆ
ପୁରୀ, ୨୮ ନଭେମ୍ବର (ହି.ସ.)- ସ୍ବଚ୍ଛ ପୁରୀ ଗର୍ବ ଆମରି ସକାଳୁ ସଂଧ୍ଯା ପର୍ଯ୍ୟନ୍ତ ବାଜୁଥିଲେ ମଧ୍ୟ ପ୍ରକୃତ ପକ୍ଷରେ ସ୍ବଚ୍ଛତା ଅନେକ ସ୍ଥାନରେ ଦେଖିବାକୁ ମିଳୁନାହିଁ । ଗାଁ ପରିମଳ ଧୋବା ତୁଠରୁ ପରି ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତା ପରିସର ମଧ୍ୟରେ ଅନେକ ସ୍ଥାନରେ ଅଳିଆ ଗଦା ମାସ ମାସ ଧରି ପ
ଲୁଚିଛି ନା ଗୋଡ ଦିଟା ଦିଶୁଛି........ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରେ କୁଢ କୁଢ ଅଳିଆ


ପୁରୀ, ୨୮ ନଭେମ୍ବର (ହି.ସ.)- ସ୍ବଚ୍ଛ ପୁରୀ ଗର୍ବ ଆମରି ସକାଳୁ ସଂଧ୍ଯା ପର୍ଯ୍ୟନ୍ତ ବାଜୁଥିଲେ ମଧ୍ୟ ପ୍ରକୃତ ପକ୍ଷରେ ସ୍ବଚ୍ଛତା ଅନେକ ସ୍ଥାନରେ ଦେଖିବାକୁ ମିଳୁନାହିଁ । ଗାଁ ପରିମଳ ଧୋବା ତୁଠରୁ ପରି ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତା ପରିସର ମଧ୍ୟରେ ଅନେକ ସ୍ଥାନରେ ଅଳିଆ ଗଦା ମାସ ମାସ ଧରି ପଡି ରହିଥିବା ଦେଖିବାକୁ ମିଳିଛି । ପୁରୁଣା ଲଜିଂ ହାଉସ ଫଣ୍ଡ କାର୍ଯ୍ଯାଳୟ ପାର୍ଶ୍ବରେ ତିନି ମାସ ତଳୁ ଭାଙ୍ଗି ଯାଇଥିବା ବରଡାଳ ସହ ଅଳିଆ ଆବର୍ଜନା ଆଜି ପର୍ଯ୍ୟନ୍ତ ପଡିରହିଥିବା ଦେଖିବାକୁ ମିଳିଛି । ସେଇ ପୁରୁଣା କାର୍ଯ୍ଯାଳୟ ଘରେ ବଲ୍ହା, ବାଉଁଶ, ପଟା ଗଦା ହୋଇ ରହିଥିବାରୁ ସେଥିରେ ସରୀସୃପ ବାସ କରୁଛନ୍ତି । କିଛି ଦିନ ତଳେ ଗୋଟିଏ ନାଗ ସାପ ଧରାଯାଇଥିଲା । ସେହି କାର୍ଯ୍ଯାଳୟ ଚାରିପଟ କୁଢ କୁଢ ମଦ ବୋତଲ ପଡି ରହିଛି । ଐତିହ୍ଯ ସମ୍ପନ୍ନ ପୁରୀ ସହର ଓ ମହାନଗର ନିଗମ ମାନ୍ଯତା ପାଇବା ପରେ ଜିଲ୍ଲାପାଳ କାର୍ଯ୍ଯାଳୟ ପ୍ରବେଶ ପଥ ଗେଟ ଟି ଦୀର୍ଘ ଦୁଇମାସ ଧରି ଭାଙ୍ଗି ଯାଇଥିଲେ ମଧ୍ୟ ନୂଆ ଗେଟ ଲାଗି ପାରୁନାହିଁ । ନିର୍ବାଚନ ଅଫିସ ପଛପଟ ପୋଲିସ ବ୍ଯାରେକ ଚାରିପଟ, ସବରେଜିଷ୍ଟର ଅଫିସ ପଛପଟ, ପ୍ରେସ ରୁମ ପାର୍ଶ୍ବ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ପରିସର ଓ ବାହାର, ଚଟଣୀ ହୋଟେଲ ପାର୍ଶ୍ବ ରାସ୍ତା ଆଦି ସ୍ଥାନରେ ଅଳିଆ ଆବର୍ଜନା ପଡି ରହିଥିଲେ ମଧ୍ୟ ପ୍ରତ୍ଯହ ସଫେଇ ହେଉନଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ସ୍ବଚ୍ଛତା ପାଇଁ ପୁରୀ ସର୍ବ ଭାରତୀୟ ସ୍ତରରେ ସମ୍ମାନିତ ହୋଇଛି । ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସର ସ୍ବଚ୍ଛତା ଦେଖିଲେ ଜିଲ୍ଲାର ସ୍ବଚ୍ଛତା କିପରି ରହିଛି ତାହା ସହଜରେ ଅନୁମେୟ କରି ହେବ ବୋଲି ଆଲୋଚିତ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande