ଜ୍ୟୋତିବା ଫୁଲେଙ୍କୁ ନମନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ନଭେମ୍ବର (ହି.ସ.)- ଜ୍ୟୋତିବା ଫୁଲେଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ କହିଛନ୍ତି ଯେ, ମହାତ୍ମା ଜ୍ୟୋତିରାଓ ଫୁଲେଙ୍କୁ ଶ୍ରଦ୍ଧାପୂର୍ଣ୍ଣ ନମନ। ସାମାଜିକ ସମାନତା, ମହିଳା
ଜ୍ୟୋତିବା ଫୁଲେ


ଭୁବନେଶ୍ୱର, 28 ନଭେମ୍ବର (ହି.ସ.)- ଜ୍ୟୋତିବା ଫୁଲେଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଓ

ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ

କହିଛନ୍ତି ଯେ, ମହାତ୍ମା ଜ୍ୟୋତିରାଓ ଫୁଲେଙ୍କୁ ଶ୍ରଦ୍ଧାପୂର୍ଣ୍ଣ ନମନ। ସାମାଜିକ ସମାନତା, ମହିଳା ଶିକ୍ଷା ଓ ମାନବୀୟ ମର୍ଯ୍ୟାଦା ପାଇଁ ତାଙ୍କର

ନିରନ୍ତର ପ୍ରୟାସ ଏକ ଅଧିକ ନ୍ୟାୟପୂର୍ଣ୍ଣ ଓ ପ୍ରଗତିଶୀଳ ସମାଜ ଗଠନର ମୂଳଦୁଆ ପକାଇଥିଲା।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମହାନ

ସମାଜ ସଂସ୍କାରକ ତଥା ଶିକ୍ଷାବିତ୍ ମହାତ୍ମା ଜ୍ୟୋତିବା ଫୁଲେଙ୍କ ପୁଣ୍ୟତିଥିରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି। ସମାଜରେ ଶିକ୍ଷାର ପ୍ରସାର, ନାରୀ ସଶକ୍ତୀକରଣ ଓ

ଜାତିଗତ ଭେଦଭାବ ଦୂରୀକରଣ ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ମହାନ ଶିକ୍ଷାବିତ ତଥା ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ

ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande