‘ଆଇଏଲଏସ୍ ଓପନ୍ ଡେ ୨୦୨୬’ ଅନୁଷ୍ଠିତ
ଭୁବନେଶ୍ୱର, 28 ନଭେମ୍ବର (ହି.ସ.)- ଭୁବନେଶ୍ୱର ସ୍ଥିତ ବ୍ରିକ୍-ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ପକ୍ଷରୁ ‘ଆଇଏଲଏସ୍ ଓପନ୍ ଡେ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବ୍ରିକ୍-ଆଇଏଲଏସ୍ ମୁଖ୍ୟ କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦେଶରେ ବ
‘ଆଇଏଲଏସ୍ ଓପନ୍ ଡେ ୨୦୨୬’ ଅନୁଷ୍ଠିତ


ଭୁବନେଶ୍ୱର, 28 ନଭେମ୍ବର (ହି.ସ.)- ଭୁବନେଶ୍ୱର ସ୍ଥିତ ବ୍ରିକ୍-ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍

ସାଇନ୍ସେସ୍ପକ୍ଷରୁ ‘ଆଇଏଲଏସ୍

ଓପନ୍ ଡେ ୨୦୨୬’ ଅନୁଷ୍ଠିତ ହୋଇଯାଇଛି।

ବ୍ରିକ୍-ଆଇଏଲଏସ୍ ମୁଖ୍ୟ କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦେଶରେ

ବିଜ୍ଞାନକୁ ଉତ୍ସବ ଭାବେ ପାଳନ କରିବା ପାଇଁ ଆଇଆଇଏସଏଫଏକ ବାର୍ଷିକ ଆୟୋଜନ କରି ଆସୁଛି । ଚଳିତ ବର୍ଷ ଏହା ପୁନେଠାରେ ବାୟୋଟେକ୍ନୋଲୋଜି

ବିଭାଗଦ୍ୱାରା ଆୟୋଜିତ ହେଉଛି ଏବଂ ଚଳିତ ମାସ ଶେଷ ଆଡ଼କୁ

ଅନୁଷ୍ଠିତ ହେବାର ଆଶା ରହିଛି। ଏହି ଅବସରରେ ଆଇଏଲଏସକ୍ୟାମ୍ପସ ପରିସରରେ ଆଜି ବିଭିନ୍ନ ଷ୍ଟଲ୍ ଖୋଲାଯାଇଛି ଏବଂ ବିଜ୍ଞାନ

ସମ୍ବନ୍ଧୀୟ କାର୍ଯ୍ୟକଳାପ ପ୍ରଦର୍ଶିତ ହେଉଛି। ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ନବମ ଶ୍ରେଣୀରୁ

ସ୍ନାତକୋତ୍ତର ପର୍ଯ୍ୟନ୍ତ ପ୍ରାୟ ୩୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ଛାତ୍ରଛାତ୍ରୀମାନେ ବିଜ୍ଞାନ କ୍ଷେତ୍ରର କାର୍ଯ୍ୟକଳାପ ଓ ସୁବିଧା ଦେଖିବା ସହ ବୈଜ୍ଞାନିକମାନଙ୍କ

ସହ ଆଲୋଚନା କରୁଛନ୍ତି ଏବଂ ବିଜ୍ଞାନକୁ କ୍ୟାରିୟର ଭାବେ ଗ୍ରହଣ କଲେ ଭବିଷ୍ୟତ ସମ୍ଭାବନା

ବିଷୟରେ ଆଜିର ଦିନରେ ପରାମର୍ଶ ନେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande