କୋଟିଆରେ ପରବ ଉତ୍ସବର ପ୍ରସ୍ତୁତି ଜୋରଦାର, ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା
ଜୟପୁର, 28 ନଭେମ୍ବର (ହି.ସ.)- ଆସନ୍ତା ଡିସେମ୍ବର ୧ ଓ ୨ ତାରିଖରେ କୋଟିଆ ଅଞ୍ଚଳର ନାର୍ଡିବାଲସା ଓ ଫାଟୁସିନେରୀଠାରେ ଆୟୋଜିତ ହେବାକୁ ଥିବା ପରବ–୨୦୨୬ ଉତ୍ସବର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଜିଲ୍ଲାପାଳ ଶ୍ରୀ
କୋଟିଆରେ ପରବ ଉତ୍ସବର ପ୍ରସ୍ତୁତି ଜୋରଦାର, ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା


ଜୟପୁର, 28 ନଭେମ୍ବର (ହି.ସ.)- ଆସନ୍ତା ଡିସେମ୍ବର ୧ ଓ ୨ ତାରିଖରେ କୋଟିଆ ଅଞ୍ଚଳର ନାର୍ଡିବାଲସା ଓ ଫାଟୁସିନେରୀଠାରେ ଆୟୋଜିତ ହେବାକୁ ଥିବା ପରବ–୨୦୨୬ ଉତ୍ସବର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ କୋଟିଆ ଅଞ୍ଚଳର ନାର୍ଡିବାଲସା ଓ ଫାଟୁସିନେରୀ ପରିଦର୍ଶନ କରି ପରବ ଉତ୍ସବର ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ।ପରିଦର୍ଶନ ସମୟରେ ଉତ୍ସବ ଆୟୋଜନ ସ୍ଥଳ, ଆବଶ୍ୟକୀୟ ଭିତ୍ତିଭୂମି, ଜନସମାଗମ ପରିଚାଳନା, ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ। ଉତ୍ସବକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଅପର ସେମ୍ବିଠାରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଯୁବକ ଓ କ୍ରୀଡ଼ାପ୍ରେମୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପରବ ଉତ୍ସବ ସହିତ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସାମୂହିକ ଏକତାକୁ ଅଧିକ ଉତ୍ସାହିତ କରିବ।ଏହି କାର୍ଯ୍ୟକ୍ରମରେ – ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ ଶ୍ରୀ ଅଖିଳେଶ୍ୱର ସିଂହ, କୋରାପୁଟ ଏସ୍ପି ,ରୋହିତ ବର୍ମା, ଉପଜିଲ୍ଲାପାଳ ଫାବି ରସିଦ, ଏସ୍ଡିପିଓ ଶ୍ରୀମତୀ ସୁମିତ୍ରା ଜେନା, ଅତିରିକ୍ତ ଏସ୍ପି ଶ୍ରୀ ମନୋଜ ପୂଜାରୀ, ପୋଟାଙ୍ଗି ବ୍ଲକ୍ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର, ପିଏ ଆଇଟିଡିଏ କୋରାପୁଟ ଶ୍ରୀମତୀ ସ୍ନେହପ୍ରଭା ମାଝୀ, ସ୍ଥାନୀୟ ଜନପ୍ରତିନିଧି, ପୋଟାଙ୍ଗି ବିଡିଓ, ତହସିଲଦାରଙ୍କ ସମେତ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ପରବ–୨୦୨୬ ମାଧ୍ୟମରେ କୋଟିଆ ଅଞ୍ଚଳର ଆଦିବାସୀ କଳା, ସଂସ୍କୃତି, ପରମ୍ପରା, ଲୋକକଳା ଓ କ୍ରୀଡ଼ା ପ୍ରତିଭାକୁ ରାଜ୍ୟ ତଥା ଜାତୀୟସ୍ତରରେ ପରିଚିତ କରାଇବା ସହ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକତା, ଭାଇଚାରା ଓ ବିକାଶମୂଳକ ଚେତନାକୁ ସୁଦୃଢ଼ କରିବା ଦିଗରେ ଏହି ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande