
ଜୟପୁର, ୨୮ ନଭେମ୍ବର (ହି.ସ.)- କୋରାପୁଟ ଜିଲା ଜୟପୁର ପୌରାଞ୍ଚଳସ୍ତରିୟ ପରବ ଆଜି ଉଦଘାଟିତ ହୋଇଛି । ଜୟପୁର ସ୍ଥିତ ଅଧିଷ୍ଠାତ୍ରୀ ମା' ଭଗବତୀ ମନ୍ଦିରରେ ପୁଜା ପାଠ କରାଯାଇ ମଶାଲ ଶୋଭାଯାତ୍ରା ବାହାରି ଥିଲା । ଭଗବତୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ଜୟପୁର ଦଶହରା ପଡିଆ ଠାରେ ପହଞ୍ଚି ଥିଲା । ଦଶହରା ପଡିଆରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ସୁଭ୍ରା ପଣ୍ଡା ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ବି. ସୁନିତା, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ, ସମାଜସେବି ସଞ୍ଜୟ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୪ ତାରିଖରେ ପୌରାଞ୍ଚଳ ସ୍ତରିୟ ପରବ ଉଦଯାପନ ହେବ । ଟାଉନ ପୋଲିସ ତରଫରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା । ଆଜି ଠାରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜତି ହୋଇଛି । ଉଦଯାପନି ଉତ୍ସବରରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୁତ କରାଯିବ ବୋଲି ଉପ ଜିଲାପାଳ ସୂଚନା ଦେଇଛନ୍ତି ।
ଏଠାରେ ପୌରାଞ୍ଚଳର କାଉନସିଲର ମାନେ ଉପସ୍ଥିତ ଥିଲେ । ଶୋଭାଯାତ୍ରାରେ ବିଧାୟକ, ଉପ ଜିଲାପାଳ, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି