କୁଜଙ୍ଗରେ ଆୟୋଜିତ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଲେ ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର,୨୮ ନଭେମ୍ବର (ହି.ସ.) - ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଶନିବାର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଣିତୋ ସ୍ଥିତ ପଶ୍ଚିମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ “ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ପ୍ରକଳ୍ପ ପ
ghftghj


ଭୁବନେଶ୍ୱର,୨୮ ନଭେମ୍ବର (ହି.ସ.) - ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଶନିବାର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଣିତୋ ସ୍ଥିତ ପଶ୍ଚିମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ “ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ୨୦୨୬-୨୭”ରେ ଯୋଗଦେଇ ଥିଲେ।

ଏହି ଅବସରରେ ସେ କହିଥିଲେ ଯେ ବିଜ୍ଞାନ କେବଳ ପାଠ୍ୟପୁସ୍ତକରେ ସୀମିତ ନୁହେଁ; ଏହା ହେଉଛି ଜିଜ୍ଞାସା, ଅନୁସନ୍ଧାନ, ଗବେଷଣା ଓ ନୂତନ ଉଦ୍ଭାବନର ମାଧ୍ୟମ । ଛାତ୍ରଛାତ୍ରୀମାନେ କେବଳ ଭଲ ନମ୍ବର ହାସଲ କରିବାରେ ସୀମିତ ନରହି ଜ୍ଞାନ ଆହରଣ, ସୃଜନଶୀଳତା, ଗବେଷଣା, ଦକ୍ଷତା ବିକାଶ ଓ ବୈଜ୍ଞାନିକ ଚିନ୍ତାଧାରା ମାଧ୍ୟମରେ ସମାଜର ବାସ୍ତବ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଆଗେଇ ଆସିବା ଆବଶ୍ୟକ ।

ଏକବିଂଶ ଶତାବ୍ଦୀର ଆହ୍ୱାନ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଆମ ସରକାର ଜାତୀୟ ଶିକ୍ଷା ନୀତି ଲାଗୁକରି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ପ୍ରୟାସ କରୁଛନ୍ତି । ପିଏମ୍ ଶ୍ରୀ ଭଳି ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ପରିବେଶ ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଏହି ଅବସରରେ ସେ ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ସହକାରେ ପାଠ ପଢିବା ସହିତ ସମୟାନୁବର୍ତିତା ହେବାକୁ ଆହ୍ୱାନ ଜଣାଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତରୋତର ଉନ୍ନତି କାମନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande