ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ
ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ
ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ


ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ


ସମ୍ବଲପୁର, ୦୩, ନଭେମ୍ବର (ହି.ସ.)

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ 'ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭' ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ୦୪ ନଭେମ୍ବର ୦୪ ତାରଖ ବୁଧବାର ଦିନ ସମ୍ବଲପୁରର ତପସ୍ୱିନୀ ହଲ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଆୟୋଜିତ ହେଉଥିବା ଜାତୀୟ ଯୁବ ମହୋତ୍ସବକୁ ଚଳିତ ବର୍ଷ 'ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍' ନାମରେ ନାମିତ କରାଯାଇଛି, ଯେଉଁଥିରେ ସଫଳ ହେଉଥିବା ଯୁବ ପ୍ରତିଭାମାନେ ଆଗାମୀ ଦିନରେ ରାଜ୍ୟସ୍ତର ତଥା ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରର କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ।

ଏଥିରେ ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ, ନୁକଡ଼ ନାଟକ ଏବଂ କବିତା ଲିଖନ ଭଳି ପାଞ୍ଚୋଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୫ ରୁ ୨୯ ବର୍ଷ ବୟସସୀମା ମଧ୍ୟରେ ଥିବା ଇଚ୍ଛୁକ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇପାରିବେ । ଏଥି ପାଇଁ ବୟସ ସୀମା ପ୍ରମାଣପତ୍ରର ଜେରକ୍ସ କପି ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରାଯାଇଛି। ପ୍ରତିଯୋଗିତା ସ୍ଥଳରେ ହିଁ ଅନ-ଦି-ସ୍ପଟ୍ ମାଗଣା ପଞ୍ଜୀକରଣ ଏବଂ ପ୍ରବେଶ ଫର୍ମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି, ତେବେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କ ମାଇଁ ଭାରତ ପୋର୍ଟାଲ୍ ପଞ୍ଜୀକରଣ ମଧ୍ୟ ଆବଶ୍ୟକ।

ଜଣେ ପ୍ରତିଯୋଗୀ କେବଳ ଗୋଟିଏ ବିଭାଗରେ ଅଂଶଗ୍ରହଣ କରିପାରିବେ ଏବଂ ପୂର୍ବ ବର୍ଷ ଜାତୀୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସମସ୍ତ ବିଭାଗରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଶାସନ ତରଫରୁ ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଶ୍ରେଷ୍ଠ ଦୁଇଜଣଙ୍କୁ ରାଜ୍ୟସ୍ତରକୁ ମନୋନୀତ କରାଯିବ। ତେଣୁ ସମ୍ବଲପୁର ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଯୁବ କ୍ଲବ୍, ଏନ୍ଏସ୍ଏସ ଏବଂ ସାଂସ୍କୃତିକ ଅନୁଷ୍ଠାନର ଯୁବକ-ଯୁବତୀମାନେ ନିର୍ଦ୍ଧାରିତ ଦିନ ତଥା ନଭେମ୍ବର ୪ ତାରିଖ ସକାଳ ୮ ଟା ମଧ୍ୟରେ ସ୍ଥାନୀୟ ତପସ୍ୱିନୀ ହଲ୍ରେ ଉପସ୍ଥିତ ହୋଇ ନିଜ ନାମ ପଞ୍ଜୀକରଣ କରିବା ସହ ବହୁ ସଂଖ୍ୟାରେ ଏହି ମହୋତ୍ସବରେ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande