ବ୍ରହ୍ମପୁର ଆସିକା ରାସ୍ତା ଅବରୋଧ
ଗଂଜାମ, 03 ନଭେମ୍ବର (ହି.ସ.) ଅର୍ଣ୍ଣଵ ବାତ୍ୟା ଚାଲିଗଲା । ଏହା ମଧ୍ୟରେ ସପ୍ତାହକୁ ଉର୍ଦ୍ଧ୍ବ ସମୟ ବିତିଗଲାଣି ତଥାପି ଏପର୍ଯ୍ୟନ୍ତ ଆସିକାର ବିପନ୍ନ ଲୋକମାନଙ୍କୁ ରିଲିଫ୍ ମିଳିନଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଏହାର ପ୍ରତିବାଦ କରି ଆଜି ସକାଳୁ ଶହଶହ ବିପନ୍ନ ବ୍ୟକ୍ତି ମାନେ ରାସ୍ତାରୋକ କରି ଧାରଣାର
ବ୍ରହ୍ମପୁର ଆସିକା ରାସ୍ତା ଅବରୋଧ


ଗଂଜାମ, 03 ନଭେମ୍ବର (ହି.ସ.) ଅର୍ଣ୍ଣଵ ବାତ୍ୟା ଚାଲିଗଲା । ଏହା ମଧ୍ୟରେ ସପ୍ତାହକୁ ଉର୍ଦ୍ଧ୍ବ ସମୟ ବିତିଗଲାଣି ତଥାପି ଏପର୍ଯ୍ୟନ୍ତ ଆସିକାର ବିପନ୍ନ ଲୋକମାନଙ୍କୁ ରିଲିଫ୍ ମିଳିନଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଏହାର ପ୍ରତିବାଦ କରି ଆଜି ସକାଳୁ ଶହଶହ ବିପନ୍ନ ବ୍ୟକ୍ତି ମାନେ ରାସ୍ତାରୋକ କରି ଧାରଣାରେ ବସିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଏଠାରେ ପହଞ୍ଚି ରିଲିଫ ଦେବାକୁ ପ୍ରତିଶ୍ରୁତି ନ ଦିଆଯିବା ଯାଏ ଧାରଣା ବସିବେ ବୋଲି ଆନ୍ଦୋଳନ କାରୀ ମାନେ ସୂଚନା ଦେଇଛନ୍ତି। ରାସ୍ତା ରୋକ ଯୋଗୁଁ ବ୍ରହ୍ମପୁର ଆସିକା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande