
ଭୁବନେଶ୍ୱର, 03 ନଭେମ୍ବର (ହି.ସ.) ଡାକ୍ତର ଅଶୋକ
କୁମାର ମହାପାତ୍ରଙ୍କ ବିୟୋଗରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଶୋକ ପ୍ରକାଶ କରିଛନ୍ତି ।
ଏକ୍ସ ହ୍ୟାଣ୍ଡେଲରେ ଏକ ଶୋକ
ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ବିଶିଷ୍ଟ ଚିକିତ୍ସକ ଡାକ୍ତର ଅଶୋକ କୁମାର
ମହାପାତ୍ରଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। ଓଁ ଶାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା