
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ବନ୍ୟା ପରିଚାଳନା
ତ୍ରୁଟି ଅଭିଯୋଗ ପ୍ରସଙ୍ଗରେ
ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଏହାର
ଅନୁଧ୍ୟାନ କରାଯାଉଛି । ବିରୋଧୀଙ୍କ କାମ ଅଯଥା ଅଭିଯୋଗ
କରିବା । ଅଭିଯୋଗ ପରିବର୍ତେ ଏଭଲି
ସ୍ଥିତି ରେ ସେମାନଙ୍କ ଅନୁଭବର ପରାମର୍ଶ
ଦିଅନ୍ତୁ । ସରକାର ତାକୁ ବିଚାରକୁ ନେବେ ।
କେବଳ ଅଭିଯୋଗ କଲେ ସମସ୍ୟାର ସମାଧାନ ହେବ ନାହିଁ । ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ
ସମୟରେ କୌଣସି ପ୍ରକାର ରାଜନୀତି ହେବା ଉଚିତ ନୁହେଁ। ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ
ଗତ କିଛି ବର୍ଷ ମଧ୍ୟରେ ବେଶ୍ ଉନ୍ନତ କରିଛୁ। ପ୍ରକୃତି ଉପରେ ଆମର ନିୟନ୍ତ୍ରଣ ନାହିଁ, କିନ୍ତୁ
ବିପର୍ଯ୍ୟୟର ମୁକାବିଲା ଓ ପରିଚାଳନାକୁ ଆମେ ସଠିକ୍ ଭାବେ ଏବଂ ଦକ୍ଷତାର ସହ କରିପାରିବା ବୋଲି
ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା