




ବଲାଙ୍ଗିର, ୩ ନଭେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ପ୍ରତିନିଧିଦଳ ଜିଲାପାଳ ବଲାଙ୍ଗିରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସମବେତ ହୋଇ ଓଡିଶା ବ୍ରାହ୍ମଣ ମହାସଂଘ, ଓଡିଶାଙ୍କ ଆହ୍ବାନରେ ୟୁ ଜି ଭି ଅଧିନିୟମ ୨୦୨୬ ର ପ୍ରତିବାଦରେ ଜିଲ୍ଲା କଲେକ୍ଟରଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ର ପତି ଏବଂ ମାନ୍ଯବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରେରଣ କଲେ। ଦାବିପତ୍ରଗୁଡିକରେ ଭାରତର ସାଧାରଣ ବର୍ଗଙ୍କ ପ୍ରତି କରାଯାଉଥିବା ନିମ୍ନୋକ୍ତ ଅନ୍ଯାୟର ଦୂରୀକରଣ ନିମନ୍ତେ ଦାବି ଉପସ୍ଥାପନ କରାଯାଇଛି। ଜିଲାପାଳଙ୍କ ତରଫରୁ ଉପଜିଲ୍ଲାପାଳ ମହୋଦୟ ସହୃଦୟତାର ସହିତ ପ୍ରତିନିଧିମାନଙ୍କ ସହ ଆଲୋଚନା କଲେ ଏବଂ ଭାରତର ମହାମହିମ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଇବାର ପ୍ରତିଶ୍ରୁତି ପ୍ରଦାନ କଲେ।
ଆଜିକାର ପ୍ରତିନିଧି ମଣ୍ଡଳୀରେ ମହାସଭାର ବରିଷ୍ଠ ଉପଦେଷ୍ଟା ପଣ୍ଡିତ ସତ୍ଯବନ୍ତଫ ବେଦବାକ, ସଂପାଦକ ପଣ୍ଡିତ ଶ୍ଯାମ ସୁନ୍ଦର ଦାଶ, ସହ ସଂପାଦକ ଜୟ ବିହାରୀ ବେଦବାକ୍, କୋଷାଧ୍ୟକ୍ଷ ପଞ୍ଚାନନ ବେଦବାକ୍, କବିରାଜ ହୋତା, ଆଡଭୋକେଟ ଅଶୋକ ମିଶ୍ର, ଡଃ. ଗୋପାଳକୃଷ୍ଣ ମିଶ୍ର, ପଣ୍ଡିତ ବଂଶୀଧର ଦାନୀ, ପଣ୍ଡିତ ଜଗନ୍ନାଥ ଷଢଙ୍ଗୀ, କାଳୀପ୍ରସାଦ ମିଶ୍ର, ପଣ୍ଡିତ ମୀନକେତନ ଚାନ୍ଦ, ସୁଶାନ୍ତ କୁମାର ପଣ୍ଡା, ଦାମୋଦର ଓତା, ରାଜକିଶୋର ପଣ୍ଡା, ସନ୍ତୋଷ ଦାଶ, ସରୋଜ କୁମାର ବେହେରା, ବଳରାମ ମିଶ୍ର, ରବୀନ୍ଦ୍ର ମିଶ୍ର, ସନ୍ତୋଷ କୁମାର ପାଣିଗ୍ରାହୀ ଏବଂ ରାମଶଙ୍କର ସତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ