
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ଅନ୍ତର୍ଜାତୀୟ
ଜୈବମଣ୍ଡଳ ସଂରକ୍ଷିତ ଅଂଚଳ ଦିବସରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି
ରାଜ୍ୟପାଳ ବ୍ରଜମୋହନ ରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଜୈବମଣ୍ଡଳ
ସଂରକ୍ଷିତ ଅଞ୍ଚଳ ପାଇଁ ଅନ୍ତର୍ଜାତୀୟ ଦିବସ ଅବସରରେ, ଆସନ୍ତୁ ଜୈବ ବିବିଧତାର ସଂରକ୍ଷଣ, ଆମର ପ୍ରାକୃତିକ ଐତିହ୍ୟର ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ପାଇଁ ସ୍ଥାୟୀ ଜୀବନଶୈଳୀକୁ
ପ୍ରୋତ୍ସାହନ ଦେବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା