
ଚମ୍ପୁଆ, ୦୩ ନଭେମ୍ବର (ହି.ସ.) - ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ନିର୍ଦ୍ଦେଶକ ଯୋଗେଶ୍ୱର ମହାନ୍ତ ଗତ ତା୨୭।୧୦।୨୦୨୬ ଦିବା ୧୧।୪୫ ମି.ରେ ଭୁବନେଶ୍ୱରସ୍ଥିତ ଶ୍ରୀ ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସମୟରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ଯଥା କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ, ସେ ପତ୍ର ସୂଚନା ନିର୍ଦ୍ଦେଶାଳୟ, ଡି.ପି.ଡି. ପ୍ରଭୃତି ବିଭାଗରେ ବହୁ ଗୁରୁତ୍ୱ ପୂର୍ଣ୍ଣ ପଦପଦବୀରେ ଦକ୍ଷତାର ସହିତ କାର୍ଯ୍ୟକରି ପ୍ରଶଂସନୀୟ ହୋଇଥିଲେ । ତାଙ୍କର ଶେଷକୃତ୍ୟ ନିଜ ପୈତୃକ ଗ୍ରାମ ମହେଶ୍ୱରପୁର (ଦୋଳିତା) ନିକଟ’ ଚମ୍ପୁଆର ବୈତରଣୀ ଘାଟରେ ଗତ ୨୭।୧୦।୨୦୨୬ ରେ ସଂପନ୍ନ ହୋଇଥିଲା । ତାଙ୍କର ଜ୍ୟେଷ୍ଠପୁତ୍ର ସୁନୀଲ କୁମାର ମହାନ୍ତ ମୁଖାଗ୍ନି ଦେଇଥିଲେ । ପରଲୋକ ସମୟରେ ତାଙ୍କ ଧର୍ମପତ୍ନୀ କନକ ମଞ୍ଜରୀ ମହାନ୍ତ, ପୁତ୍ରବଧୂ ଶିଲା ମହାନ୍ତ, ନାତି ସ୍ୱସ୍ତିକ ମହାନ୍ତ, ନାତୁଣୀ ସ୍ୱର୍ଣ୍ଣପ୍ରଭା ମହାନ୍ତ ଆଦି ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେ ଜଣେ ଉଦାରବାଦୀ, ପରୋପକାରୀ, ନମ୍ର ଏବଂ ଭଦ୍ର ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ଟମ୍ପୁଆ ଅଂଚଳରେ ଗଭୀର ଶୋକ ପ୍ରକାଶ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta