ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ
ସୁବର୍ଣପୁର, 03 ନଭେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା ୪୪ ଦିନିଆ ସଚେତନତା ଅଭିଯାନର ଅଂଶସ୍ୱରୂପ ଆଜି ସକାଳ ୧୦ଟାରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ
ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ


ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ


ସୁବର୍ଣପୁର, 03 ନଭେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା ୪୪ ଦିନିଆ ସଚେତନତା ଅଭିଯାନର ଅଂଶସ୍ୱରୂପ ଆଜି ସକାଳ ୧୦ଟାରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଅଧିକରୁ ଅଧିକ ଜନସାଧାରଣଙ୍କ ନିକଟରେ ଶିଶୁ ଶ୍ରମିକ ନିରାକରଣର ବାର୍ତ୍ତା ପହଞ୍ଚାଇବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ। ଏହି ୪୪ ଦିନିଆ ଅଭିଯାନ ଗତ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଶେଷ ହେବ। ଏହି ଅଭିଯାନ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଚାଲୁ ରହିଛି।

ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ଶିଶୁ ମଙ୍ଗଳ କମିଟିର ମିଳିତ ଟିମ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏହି ଚଢ଼ଉ ଓ ଉଦ୍ଧାର କାର୍ଯ୍ୟ ଜାରି ରହିବ। ଏଥିସହ ଶିଶୁମାନଙ୍କୁ କୌଣସି ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ନକରିବା ଏବଂ ସେମାନଙ୍କ ଦ୍ୱାରା ଶ୍ରମ କରାଇବାରୁ ନିବୃତ୍ତ ରହିବା ପାଇଁ ଜନସାଧାରଣ ଓ ନିଯୁକ୍ତିଦାତାଙ୍କୁ ସଚେତନ କରାଯିବ। ୧୪ ବର୍ଷରୁ କମ୍ ବୟସର କୌଣସି ଶିଶୁଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ସେହିପରି ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ କୌଣସି ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ନିଷିଦ୍ଧ। ଶିଶୁ ଶ୍ରମିକ ନିୟୋଜନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।

ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ କନ୍ୟା କୁମାରୀ ସାହୁ କହିଛନ୍ତି ଯେ, ଏହି ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହ ଏକ ସୁସ୍ଥ ଓ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ। ଏଥିପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରି ଜରୁରୀ। ଯଦି କୌଣସି ସ୍ଥାନରେ ୧୪ ବର୍ଷରୁ କମ୍ ବୟସର ଶିଶୁ ଶ୍ରମ କରୁଥିବା କିମ୍ବା ୧୮ ବର୍ଷରୁ କମ୍ ବୟସର କିଶୋର ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ଥିବା ଦେଖାଯାଏ, ତେବେ ଜନସାଧାରଣ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮କୁ ଫୋନ୍ କରି ସୂଚନା ଦେଇପାରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଦିଲେଶ୍ୱର ଖାଖା, ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ କନ୍ୟାକୁମାରୀ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର, କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ରରଞ୍ଜନ ମିଶ୍ର, ସହକାରୀ ଶ୍ରମ ଅଧିକାରୀ, ବିନିକା ଶ୍ରୀ ଚିନ୍ମୟ ମେହେର, ସହକାରୀ ଶ୍ରମ ଅଧିକାରୀ, ଉଲୁଣ୍ଡା, ଶ୍ରୀ ଲିପକରାଜ ନାୟକ, ସହକାରୀ ଶ୍ରମ ଅଧିକାରୀ, ବୀରମହାରାଜପୁର, ଶ୍ରୀ ଶାଶ୍ୱତ ସୌମ୍ୟକାନ୍ତ, ସହକାରୀ ଶ୍ରମ ଅଧିକାରୀ, ତରଭା, ଶ୍ରୀ ସପ୍ରତିଭ ପ୍ରଧାନଙ୍କ ସମେତ ଶ୍ରମ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande