ଧାମନଗରରେ କୃଷି ବିଭାଗରେ କର୍ମଚାରୀ ସଙ୍କଟ, ୧୬ ପଦବୀରୁ ୯ ଖାଲି, ୭ ଜଣଙ୍କ ଭରସାରେ ସମଗ୍ର ବ୍ଲକ, ଚାଷୀଙ୍କୁ ମିଳୁନି ସମୟୋଚିତ କୃଷି ପରାମର୍ଶ
ଭଦ୍ରକ, ୩ ନଭେମ୍ବର (ହି.ସ.) - ଚାଷୀଙ୍କ ଉନ୍ନତି ଓ କୃଷିର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଏହି ଯୋଜନାର ସଫଳ ରୂପାୟନ ପାଇଁ ଆବଶ୍ୟକ ମାନବସମ୍ବଳର ଘୋର ଅଭାବ ଧାମନଗର ବ୍ଲକରେ କୃଷି ବିଭାଗର କାର୍ଯ୍ୟକୁ ପ୍ରଭାବିତ କରିଛି। ଧାମନଗର ବ୍ଲକରେ ମୋଟ ୧୬ଟି ଗ୍ରାମ୍ୟ କୃଷି କର
DHAMNAGAR KRUSHI BIBHAGA


ଭଦ୍ରକ, ୩ ନଭେମ୍ବର (ହି.ସ.) - ଚାଷୀଙ୍କ ଉନ୍ନତି ଓ କୃଷିର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଏହି ଯୋଜନାର ସଫଳ ରୂପାୟନ ପାଇଁ ଆବଶ୍ୟକ ମାନବସମ୍ବଳର ଘୋର ଅଭାବ ଧାମନଗର ବ୍ଲକରେ କୃଷି ବିଭାଗର କାର୍ଯ୍ୟକୁ ପ୍ରଭାବିତ କରିଛି। ଧାମନଗର ବ୍ଲକରେ ମୋଟ ୧୬ଟି ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ଥିବାବେଳେ ବର୍ତମାନ ମାତ୍ର ୭ ଜଣ କାର୍ଯ୍ୟରତ ଅଛନ୍ତି। ୯ଟି ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବାରୁ ଅଳ୍ପ କେତେଜଣ କର୍ମଚାରୀଙ୍କ ଉପରେ ସମଗ୍ର ବ୍ଲକର କୃଷି କାର୍ଯ୍ୟର ଗୁରୁଦାୟିତ୍ୱ ନ୍ୟସ୍ତ ରହିଛି। ପୂର୍ବରୁ ୧୩ରୁ ୧୪ ଜଣ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ଏବେ ସଂଖ୍ୟା ୭କୁ ଖସିଆସିଛି।ଏହାର ପ୍ରଭାବ ପଂଚାୟତସ୍ତରରେ କୃଷି ସେବା ଉପରେ ପଡ଼ୁଛି। ଜଣେ କର୍ମଚାରୀଙ୍କୁ ୫ରୁ ୬ଟି ପଞ୍ଚାୟତର ଦାୟିତ୍ୱ ତୁଲାଇବାକୁ ପଡ଼ୁଥିବାରୁ ଚାଷୀଙ୍କୁ ନିୟମିତ ପରାମର୍ଶ ଓ ସହାୟତା ଯୋଗାଇବା କଷ୍ଟକର ହୋଇପଡ଼ୁଛି। ଚାଷୀ ପଞ୍ଜୀକରଣ, ରେଜିଷ୍ଟ୍ରାର ଆଇଡି ପ୍ରସ୍ତୁତି, ଫସଲରେ ରୋଗପୋକ ନିୟନ୍ତ୍ରଣ, କ୍ରପ୍ କଟିଂ ଓ ବିଭିନ୍ନ କୃଷି ଯୋଜନାର କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଠିକ୍ ସମୟରେ କୃଷି ପରାମର୍ଶ ନମିଳିଲେ ଚାଷୀଙ୍କ ଫସଲ ଓ ଆର୍ôଥକ ସ୍ଥିତି ପ୍ରଭାବିତ ହେବାର ଆଶଙ୍କା ରହିଛି।ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା ଉପରିସ୍ଥ କର୍ତୃପକ୍ଷଙ୍କୁ ଏକାଧିକବାର ଅବଗତ କରାଇଥିବା ସତ୍ୱେ ଖାଲି ପଦବୀ ପୂରଣ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି। ଧାମନଗର ଏକ କୃଷିପ୍ରଧାନ ଅଂଚଳ ହୋଇଥିବାରୁ କୃଷି ବିଭାଗରେ କର୍ମଚାରୀ ଅଭାବ ଚାଷୀଙ୍କ ସ୍ୱାର୍ଥ ସହ ସିଧାସଳଖ ଜଡ଼ିତ। କେବଳ ଯୋଜନା ଘୋଷଣା ନୁହେଁ, ତାହାର ସୁଫଳ ତୃଣମୂଳସ୍ତରରେ ପହଂଚାଇବା ମଧ୍ୟ ଜରୁରୀ। ତେଣୁ ଖାଲିଥିବା ୯ଟି ପଦବୀ ତୁରନ୍ତ ପୂରଣ କରିବା ସହ ପଂଚାୟତସ୍ତରରେ କୃଷି ସେବାକୁ ସୁଦୃଢ଼ କରିବା ପାଇଁ ମନ୍ତ୍ରୀ ତଥା ବିଭାଗୀୟ କର୍ତୃପକ୍ଷ ହସ୍ତକ୍ଷେପ କରିବାକୁ ଚାଷୀମହଲରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande