ସରକାରୀ  ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆୟୋଜିତ
District level child science exhibition
ସରକାରୀ  ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ


ଝାରସୁଗୁଡ଼ା,, 03 ନଭେମ୍ବର (ହି.ସ.)ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ -୨୦୨୬ ଝାରସୁଗୁଡ଼ା ଜିଲ୍ଲା ବିଜ୍ଞାନ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ମୁଖ୍ୟ ବିଷୟ “ସ୍ଥାୟୀତ୍ୱ ପାଇଁ ବିଜ୍ଞାନ ଓ ନବସୃଜନ” ରହିଥିଲା।କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୧୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଝାରସୁଗଡା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା କିଶାନ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନୀରଜ କୁମାର ପଟେଲ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ।ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ନବସୃଜନ, ସୃଜନଶୀଳତା ଓ ସମସ୍ୟା ସମାଧାନ କୌଶଳର ବିକାଶରେ ଶିଶୁ ବିଜ୍ଞାନ କଂଗ୍ରେସ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମନୋନୀତ ଥିବା ୫୮ ପ୍ରୋଜେକ୍ଟ ମଧ୍ୟରୁ ୨୪ ଟି ଜୁନିଅର ଓ ୩୪ ଟି ସିନିୟର୍ ଲେଭେଲ୍ ରେ ଥିଲା। ମୋଟ ୪ ଟି ପ୍ରୋଜେକ୍ଟ ରାଜ୍ୟ ସ୍ତରକୁ ମୋନୋନିତ ହୋଇଛନ୍ତି ଓ ଆସନ୍ତା ୨୬ ନଭେମ୍ବର ରେ ଭୁବନେଶ୍ୱର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଜୁନିୟର ଓ ସିନିୟର ସ୍ତରରେ ଡିଏଭି ସ୍କୁଲ ଝାରସୁଗୁଡ଼ା ର ଦୁଇଜଣ ଛାତ୍ର ଓ ସିନିୟର ସ୍ତରରେ ଡିଏଭି ପବ୍ଲିକ ସ୍କୁଲ ଏସଓସିପି ଓ ଡିଏଭି ପବ୍ଲିକ ସ୍କୁଲ ଆଇଟିପିଏସ ର ଜଣେ ଲେଖାଏଁ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି।ଜିଲ୍ଲା ଶିକ୍ଷଧିକାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରାଷ୍ଟ୍ରୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷକମାନଙ୍କୁ ମୁଖ୍ୟ ବିଷୟ ଓ ପାଞ୍ଚଟି ଉପ-ବିଷୟ, ସ୍ଥାନୀୟ ସମସ୍ୟା ଆଧାରିତ ପ୍ରକଳ୍ପ ଚୟନ, କ୍ଷୁଦ୍ର ଗବେଷଣା ପ୍ରଣାଳୀ, ପ୍ରକଳ୍ପ ରିପୋର୍ଟ ଓ ପୋଷ୍ଟର ପ୍ରସ୍ତୁତି, ମୂଲ୍ୟାୟନ ପ୍ରକ୍ରିୟା ବିଷୟରେ ଅବଗତ କରାଇଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତନ୍ମୟୀ ପିଙ୍ଗ, ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande