ଆସନ୍ତାକାଲି ଠାରୁ ୨ଦିନିଆ ନେପାଳ ଗସ୍ତରେ ଯିବେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି
ନୂଆଦିଲ୍ଲୀ/କାଠମାଣ୍ଡୁ, ନଭେମ୍ବର ୦୩ (ହି.ସ.)। ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରୀ ନଭେମ୍ବର ୪ ଓ ୫ ତାରିଖରେ ନେପାଳର ସରକାରୀ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏଥିସହ ସେ ନେପାଳର ଅନେ
भारतीय विदेश सचिव विक्रम मिस्री । फोटो - इंटरनेट मीडिया


ନୂଆଦିଲ୍ଲୀ/କାଠମାଣ୍ଡୁ, ନଭେମ୍ବର ୦୩ (ହି.ସ.)। ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରୀ ନଭେମ୍ବର ୪ ଓ ୫ ତାରିଖରେ ନେପାଳର ସରକାରୀ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏଥିସହ ସେ ନେପାଳର ଅନେକ ପ୍ରମୁଖ ନେତାଙ୍କ ସହ ସାକ୍ଷାତ କରିବେ।

ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ଓ ନେପାଳ ମଧ୍ୟରେ ଦୃଢ଼ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ସହଯୋଗର ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବୈଦେଶିକ ସଚିବଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନପ୍ରଦାନର ପରମ୍ପରାକୁ ଆଗକୁ ବଢ଼ାଇବା ସହ ବ୍ୟାପକ ଦ୍ୱିପାକ୍ଷିକ ସହଭାଗିତାକୁ ଆହୁରି ମଜଭୁତ କରିବ।

ସେହିପରି ନେପାଳର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ବିକ୍ରମ ମିସ୍ରୀ ନେପାଳର ବୈଦେଶିକ ସଚିବ ଅମୃତ ରାଇଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଆଲୋଚନାରେ ନେପାଳ-ଭାରତ ସମ୍ପର୍କର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ହେବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ ହେବ।

ମନ୍ତ୍ରଣାଳୟ ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ଦୀର୍ଘଦିନର ଘନିଷ୍ଠ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଉପାୟ ଉପରେ ମଧ୍ୟ ଆଲୋଚନା ହେବାର ଆଶା ରହିଛି। ଏହି ଗସ୍ତ ସମୟରେ ମିସ୍ରୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ, ବୈଦେଶିକ ମନ୍ତ୍ରୀ ଶିଶିର ଖନାଲଙ୍କ ସମେତ ବରିଷ୍ଠ ନେପାଳୀ ଅଧିକାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବେ। ସେ ନଭେମ୍ବର ୫ ତାରିଖରେ ନୂଆଦିଲ୍ଲୀ ଫେରିବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande