ନେପାଳର ସୋଲୁଖୁମ୍ବୁରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା, ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ, ଜଣେ ଆହତ
କାଠମାଣ୍ଡୁ, ନଭେମ୍ବର ୦୩ (ହି.ସ.)। ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ନେପାଳ ନାଗରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ, ଫିଷ୍ଟେଲ୍ ଓ ଡାଇନାଷ୍ଟି ଏୟାରର ଦୁଇଟି ହେଲିକପ୍ଟର ଫେରିଚେ ହେ
हेलीकॉप्टर दुर्घटना का सीसीटीवी फुटेज


କାଠମାଣ୍ଡୁ, ନଭେମ୍ବର ୦୩ (ହି.ସ.)। ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ନେପାଳ ନାଗରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ, ଫିଷ୍ଟେଲ୍ ଓ ଡାଇନାଷ୍ଟି ଏୟାରର ଦୁଇଟି ହେଲିକପ୍ଟର ଫେରିଚେ ହେଲିପ୍ୟାଡ୍ରେ ଅବତରଣ କରୁଥିବା ସମୟରେ ପରସ୍ପର ସହ ଧକ୍କା ହୋଇଥିଲେ।ପ୍ରାଧିକରଣର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୁଲ କହିଛନ୍ତି ଯେ, ଫେରିଚେ ହେଲିପ୍ୟାଡ୍ରେ ଅବତରଣ କରିବା ସମୟରେ ଦୁଇଟି ହେଲିକପ୍ଟରର ପଙ୍ଖା ପରସ୍ପର ସହ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।ସୋଲୁଖୁମ୍ବୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡିଏସ୍ପି ନବୀନରାଜ ବୁଢାଥୋକୀଙ୍କ ଅନୁଯାୟୀ, ଖୁମ୍ବୁ ପାସାଙ୍ଗଲ୍ହାମୁ ଅଞ୍ଚଳର ଫେରିଚେ ହେଲିପ୍ୟାଡ୍ରେ ଅବତରଣ କରିବା ସମୟରେ ଦୁଇଟି ହେଲିକପ୍ଟରର ପଙ୍ଖା ପରସ୍ପର ସହ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ କେଉଁ ଦେଶର ନାଗରିକ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମାଉଣ୍ଟେନ୍ ହେଲିକପ୍ଟର ଯୋଗେ ପଠାଯାଇଛି।ସୋଲୁଖୁମ୍ବୁର ପୋଲିସ ଇନ୍ସପେକ୍ଟର ମୌସମ ତାମାଙ୍ଗଙ୍କ ସୂଚନା ଅନୁଯାୟୀ, ମୃତକ ଜଣେ ବିଦେଶୀ ନାଗରିକ। ତାଙ୍କ ମୃତଦେହକୁ ପ୍ରଭୁ ହେଲିକପ୍ଟର ଯୋଗେ ଲୁକ୍ଲାକୁ ଅଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande