ସ୍କ୍ରବ ଟାଇଫସ ନେଲା ଚାଷୀଙ୍କ ଜୀବନ, କୋଲାବିରାରେ ଶୋକ
Farmer died in Scrab tyfors
ସ୍କ୍ରବ ଟାଇଫସ ନେଲା ଚାଷୀଙ୍କ ଜୀବନ, କୋଲାବିରାରେ ଶୋକ


ଝାରସୁଗୁଡ଼ା, ୦୩ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗ୍ରାମରେ ଗତକାଲି ବିଲମ୍ବିତ ରାତିରେ ସ୍କ୍ରବ ଟାଇଫସ ପୋକ କାମୁଡ଼ାରେ ଜଣେ ଚାଷୀ ତଥା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ହେଲେ କୋଲାବିରା ଗ୍ରାମର ନରୋତମ ପୁରୋହିତ (୭୫) । ସୂଚନା ଅନୁଯାୟୀ ପ୍ରାୟ ୭/୮ ଦିନ ପୂର୍ବେ ନରୋତମ ଜ୍ୱରରେ ପୀଡ଼ିତ ଥିଲେ । ତାଙ୍କର ଜ୍ୱର ଛାଡ଼ି ନଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ଝାରସୁଗୁଡ଼ା ରେ ସ୍କ୍ରବ ଟାଇଫସ ପରୀକ୍ଷା ହୋଇଥିଲେ ମଧ୍ୟ ଏହା ଚିହ୍ନଟ ହୋଇ ନଥିଲା । ତେବେ ଅବସ୍ଥା ନ ସୁଧୁରିବାରୁ ତାଙ୍କୁ ବରଗଡ଼ ର ଏକ ଘରୋଇ ଡାକ୍ତରଖାନା ରେ ଆଇସିୟୁ ରେ ଭର୍ତି କରାଯାଇଥିଲା । ସେଠାରେ ସ୍କର୍ବ ଟାଇଫସ ଚିହ୍ନଟ ହୋଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନରୋତମଙ୍କ ମରଶରୀର କୋଲାବିରା ବାସଭବନକୁ ଅଣାଯିବା ପରେ ସୋମବାର ସକାଳୁ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ତେଲେନ ନଦୀ କୂଳ ଗାଁ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ପୁଅ ଦିଲିପ ମୁଖାଗ୍ନି ଦେଇଥିଲେ । ଘରେ ସ୍ତ୍ରୀ ଙ୍କ ସହ ତିନି ପୁଅ ଦିଲିପ, ସଞ୍ଜୀବ ଓ ମନୁଆ ଙ୍କ ସହ ତିନି ବୋହୂ, ଝିଅ ଜ୍ୱାଇଁ ନାତି ନାତୁଣୀ ଅଛନ୍ତି । ନରୋତମଙ୍କ ବିୟୋଗରେ ପୂର୍ବତନ ସରପଂଚ ତୁଳାରାମ ସେନାପତି, ସେୱାର ସମ୍ପାଦକ ସୁଶିଲ କୁମାର ଦାଶ, ସାମ୍ବାଦିକ କିର୍ତିଚନ୍ଦ୍ର ବହିଦାର, ଆଇନଜୀବୀ ଧିରେନ ଶତପଥୀ, ଆଇନଜୀବୀ ପ୍ରକାଶ ହୋତା, ବୀରେନ୍ଦ୍ର ମହାପାତ୍ର, ବିନୟ ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande