କେନ୍ଦ୍ରାପଡ଼ାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୦୩ ନଭେମ୍ବର (ହି.ସ.) : ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗ ଓ ଆବଶ୍ୟକତାର ତ୍ୱରିତ ସମାଧାନ ନିମନ୍ତେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଅର ଆୟରଙ୍କ ଅଧ୍ୟକ୍ଷତ
କେନ୍ଦ୍ରାପଡ଼ାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ


କେନ୍ଦ୍ରାପଡ଼ା, ୦୩ ନଭେମ୍ବର (ହି.ସ.) : ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗ ଓ ଆବଶ୍ୟକତାର ତ୍ୱରିତ ସମାଧାନ ନିମନ୍ତେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଅର ଆୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜନସାଧାରଣଙ୍କଠାରୁ ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗ ଓ ଦାବିପତ୍ର ଗ୍ରହଣ କରାଯାଇ ଶୁଣାଣି କରାଯାଇଥିଲା।ଏହି ଶିବିରରେ ମୋଟ ୫୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୪୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ଟି ସାମୂହିକ ଅଭିଯୋଗ ରହିଥିଲା। ପଞ୍ଜୀକୃତ ଅଭିଯୋଗଗୁଡ଼ିକର ଶୁଣାଣି କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ମାଧ୍ୟମରେ ୧୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ଆବଶ୍ୟକୀୟ ଯାଂଚ ଓ ପଦକ୍ଷେପ ଗ୍ରହଣ ନିମନ୍ତେ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇଥିଲା।ଏହି ଅବସରରେ ଆର୍ôଥକ ସହାୟତା ଆବଶ୍ୟକ କରୁଥିବା ୭ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ଅଭାବ, ଅସୁବିଧା ଓ ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏଭଳି ସହାୟତା ପ୍ରଦାନ କରାଯାଉଛି।ଶିବିରରେ ଅଭିଯୋଗକାରୀମାନେ ନିଜ ନିଜର ସମସ୍ୟା ସିଧାସଳଖ ଜିଲ୍ଲାପାଳ ଏବଂ ଉପସ୍ଥିତ ଅଧିକାରୀମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଅଭିଯୋଗଗୁଡ଼ିକର ଗୁରୁତ୍ୱ ଓ ପ୍ରକୃତି ଅନୁଯାୟୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଅଭିଯୋଗଗୁଡ଼ିକୁ ବିଚାରକୁ ନେଇଥିଲେ। ଜନସାଧାରଣଙ୍କ ଅଭିଯୋଗର ସଠିକ୍ ତଦନ୍ତ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଷ୍ପତି ଏବଂ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଏହି ଶିବିରରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଏସ୍.ପି. ପ୍ରଭାତ ବିଶ୍ୱାଳ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ, ତହସିଲଦାର କୁଇନି ଜେନା ଏବଂ ଡେପୁଟି କଲେକ୍ଟର ସରୋଜ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ। ପ୍ରକାଶଥାଉ କି ପରବର୍ତୀ ଯୁଗ୍ମ ଅଭିଯୋଗ ଶୁଣାଣି ଆସନ୍ତା ୯ ନଭେମ୍ବରରେ ପଟ୍ଟାମୁଣ୍ଡାଇ,୧୧ ନଭେମ୍ବରରେ ରାଜକନିକା,୨୩ ନିଭେମ୍ବରରେ ଆଳି ଏବଂ ୩୦ ନିଭେମ୍ବରରେ ମାର୍ଶାଘାଇ ବ୍ଲକଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande