
କନ୍ଧମାଳ, ୦୩ ନଭେମ୍ବର (ହି.ସ.) - ଶିଶୁ ପତ୍ରିକା ଫୁଲରାଣୀର ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ଧଳଙ୍କୁ ପୁରୀର ୟୁଥ ହଷ୍ଟେଲରେ ଆୟୋଜିତ ଓଡିଶା ଶିଶୁ ସାହିତ୍ୟ ସମ୍ପାଦକ, ସଙ୍ଗଠନ , ଭୁବନେଶ୍ୱର, ତରଫରୁ ସମ୍ବର୍ଦ୍ଧିତ କରାଯାଇଛି | କନ୍ଧମାଳ ଜିଲ୍ଲାରେ ଶିଶୁ ସାହିତ୍ୟ କ୍ଷେତ୍ରରେ ଶ୍ରୀଯୁକ୍ତ ଧଳଙ୍କ ଫୁଲରାଣୀ ଶିଶୁ ପତ୍ରିକା ମାଧ୍ୟମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂଗଠନ ତରଫରୁ ମାନପତ୍ର ଉପଢୋକନ ଓ ସ୍ମୃତିଫଳକ ଦେଇ ସମର୍ଦ୍ଧିତ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ଶିଶୁସାହିତ୍ୟିକ ଓ ଜାତୀୟ ବାଲ ପୁରସ୍କାର ବିଜେତା ଡ ରାଜକିଶୋର ପାଢ଼ୀ ସଭାପତିତ୍ବ କରିଥିଲା ବେଳେ ନେସନେଲ ବୁକ ଟ୍ରଷ୍ଟର ପ୍ରାକ୍ତନ ପୂର୍ବାଞ୍ଚଳ ମୁଖ୍ୟ ତଥା ପୁରୀ ପାଠକମଞ୍ଚର ସମ୍ପାଦକ ଡ ମାନସ ମହାପାତ୍ର ମୁଖ୍ୟଅତିଥି, ଉତ୍କଳ ସାହିତ୍ୟ ସମାଜର ସଭାପତି ଡ ଗୋବିନ୍ଦ ଚାନ୍ଦ ଓ ଡ ପ୍ରିୟଙ୍କା ମହାନ୍ତି ସମ୍ମାନିତ ଅତିଥି ଏବଂ ଡ ଶ୍ରୀକାନ୍ତ ଚରଣ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ସାହିତ୍ୟରେ ସମ୍ପାଦକମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ | ସଂଗଠନ ର ସଭାପତି ଡ ରାମଚନ୍ଦ୍ର ଦେଓ ଙ୍କ ପ୍ରତ୍ୟେକ ତତ୍ୱାବଧାନ ଓ ପୃଷ୍ଠେପୋଷାକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁଶାନ୍ତ କୁମାର ସେନାପତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ରମେଶ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ||ପରେ ପରେ ରାଜ୍ୟସ୍ତରୀୟ ଏହି ନିଖିଳ ଓଡିଶା ଶିଶୁ ସାହିତ୍ୟ ସମ୍ପାଦକ ସଂଗଠନର କର୍ମକର୍ତ୍ତା ମନୋନୀତ କରାଯାଇଥିଲା | ଡ ରାମଚନ୍ଦ୍ର ଦେଓ ପୂର୍ବପରି ସଭାପତି ରହିଥିଲା ବେଳେ କନ୍ଧମାଳ ଜିଲ୍ଲା ସଂଯୋଜକ ଭାବେ ଶ୍ରୀ କୈଳାସ ଚନ୍ଦ୍ର ଧଳ ମନୋନୀତ ହୋଇଥିଲେ | ଶ୍ରୀ ଧଳ ଜିଲ୍ଲା ତଥା ଓଡ଼ିଶାର ଜଣେ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଓ ଦକ୍ଷ ସଂଗଠକ ଅଟନ୍ତି |ସେ ଏହି ସମ୍ମାନ ଓ ପଦବୀ ସମଗ୍ର କନ୍ଧମାଳ ଜିଲ୍ଲାର ବୋଲି ମତବ୍ୟକ୍ତ କରିଛନ୍ତି | ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି |
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ