ମୃତ୍ୟୁ ପରେ ମଧ୍ୟ ପାଞ୍ଚ ଜଣ ରୋଗୀଙ୍କୁ ଜୀବନ ଦେଲେ ଜବଲପୁରର ନରେନ୍ଦ୍ର, ଅଙ୍ଗଦାନ କଲେ ପତ୍ନୀ
ଜବଲପୁର, ୩ ନଭେମ୍ବର (ହି.ସ.)- ମଧ୍ୟପ୍ରଦେଶର ଜବଲପୁରରେ ଏକ ସଡ଼କ ଦୁର୍ଘଟଣାରେ ମସ୍ତିଷ୍କ-ମୃତ ହୋଇଥିବା ୪୦ ବର୍ଷ ବୟସ୍କ ନରେନ୍ଦ୍ର ରଜକ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଅଙ୍ଗ ପାଞ୍ଚ ଜଣ ରୋଗୀଙ୍କୁ ନୂଆ ଜୀବନ ଦେବ। ଅସହ୍ୟ ଦୁଃଖ ମଧ୍ୟରେ ତାଙ୍କ ପତ୍ନୀ ପୂଜା ରଜକ ଏବଂ ପରିବାର ଅଙ୍ଗ ଦା
अंगदान के बाद अस्पताल से लिवर लेकर रवाना हुई टीम


लिवर भेजने के लिए जबलपुर के डुमना एयरपोर्ट पहुंची एम्बुलेंस, पास में चार्टर्ड विमान


ଜବଲପୁର, ୩ ନଭେମ୍ବର (ହି.ସ.)- ମଧ୍ୟପ୍ରଦେଶର ଜବଲପୁରରେ ଏକ ସଡ଼କ ଦୁର୍ଘଟଣାରେ ମସ୍ତିଷ୍କ-ମୃତ ହୋଇଥିବା ୪୦ ବର୍ଷ ବୟସ୍କ ନରେନ୍ଦ୍ର ରଜକ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଅଙ୍ଗ ପାଞ୍ଚ ଜଣ ରୋଗୀଙ୍କୁ ନୂଆ ଜୀବନ ଦେବ। ଅସହ୍ୟ ଦୁଃଖ ମଧ୍ୟରେ ତାଙ୍କ ପତ୍ନୀ ପୂଜା ରଜକ ଏବଂ ପରିବାର ଅଙ୍ଗ ଦାନ କରିବାକୁ ରାଜି ହୋଇ ଏକ ଉଦାହରଣ ସୃଷ୍ଟି କରିଥିଲେ। ଏହାପରେ ପ୍ରଶାସନ ବିଳମ୍ବିତ ରାତିରେ ଦୁଇଟି ସବୁଜ କରିଡର ସୃଷ୍ଟି କରି ଅଙ୍ଗଗୁଡ଼ିକୁ ନିର୍ଦ୍ଧାରିତ ଡାକ୍ତରଖାନା ଏବଂ ବିମାନବନ୍ଦରକୁ ପରିବହନ କରିଥିଲା।

ମେଟ୍ରୋ ପ୍ରାଇମ୍ ହସ୍ପିଟାଲର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ରାଜେଶ ପଟେଲଙ୍କ କହିବା ଅନୁଯାୟୀ, ନରେନ୍ଦ୍ରଙ୍କ ଦୁଇଟି କିଡନୀ, ଲିଭର, ଆଖି ଏବଂ ତ୍ୱଚା ଦାନ କରାଯାଇଥିଲା। ତେବେ ଡାକ୍ତରୀ ପରୀକ୍ଷଣରୁ ହୃଦୟ ପ୍ରତିରୋପଣ ଯୋଗ୍ୟ ବୋଲି ଜଣାପଡ଼ି ନଥିଲା, ତେଣୁ ଏହାକୁ ବ୍ୟବହାର କରାଯାଇପାରିଲା ନାହିଁ। ଗୋଟିଏ କିଡନୀ ମେଟ୍ରୋ ପ୍ରାଇମ୍ ହସ୍ପିଟାଲରେ ରୋଗୀକୁ ପ୍ରତିରୋପଣ କରାଯିବ ଏବଂ ଅନ୍ୟଟିକୁ ଜବଲପୁର ମେଡିକାଲ କଲେଜକୁ ପଠାଯାଇଛି। ଯକୃତକୁ ଚାର୍ଟାଡ ବିମାନ ଯୋଗେ ଅହମ୍ମଦାବାଦର ମାରେଙ୍ଗୋ ସିମ୍ସ ହସ୍ପିଟାଲକୁ ନିଆଯାଇଥିଲା।

ଅହମ୍ମଦାବାଦରୁ ପହଞ୍ଚିଲେ ଡାକ୍ତରଙ୍କ ଟିମ୍ :-

ଅହମ୍ମଦାବାଦରୁ ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ଅଙ୍ଗ ସଂଗ୍ରହ କରିବା ପାଇଁ ଏକ ଚାର୍ଟାର୍ଡ ବିମାନରେ ଜବଲପୁର ଯାଇଥିଲେ। ଏହି ଟିମ୍ ରେ ହୃଦରୋଗ ସର୍ଜନ ଡକ୍ଟର ନିକୁଞ୍ଜ ବ୍ୟାସ, ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡକ୍ଟର ବିକାଶ ପଟେଲ, ହୃଦରୋଗ ନିଶ୍ଚେତକ ଡକ୍ଟର ଚିନ୍ତା ସେଠ ଏବଂ ଦୁଇ ଜଣ ଷ୍ଟାଫ୍ ନର୍ସ ସାମିଲ ଥିଲେ। ଯୋଜନା ଥିଲା ଯକୃତ ଏବଂ ହୃଦୟକୁ ଅହମ୍ମଦାବାଦକୁ ପରିବହନ କରିବା, କିନ୍ତୁ ପରୀକ୍ଷା ପରେ ହୃଦୟ ପ୍ରତିରୋପଣ ପାଇଁ ଅନୁପଯୁକ୍ତ ବୋଲି ଜଣାପଡ଼ିଥିଲା।

ରାତିରେ ସୃଷ୍ଟି ହେଲା ଦୁଇଟି ସବୁଜ କରିଡର:-

ଅଙ୍ଗପ୍ରତ୍ୟଙ୍ଗର ନିରାପଦ ଏବଂ ସମୟୋଚିତ ବିତରଣ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ଦୁଇଟି ପୃଥକ୍ ସବୁଜ କରିଡର ସୃଷ୍ଟି କରିଥିଲା। ପ୍ରଥମ ମାର୍ଗ ମେଟ୍ରୋ ପ୍ରାଇମ ହସ୍ପିଟାଲରୁ ଅବଦୁଲ ହମିଦ ଚୌକ ଦେଇ ଡୁମନା ବିମାନବନ୍ଦର ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ବେଳେ ଦ୍ୱିତୀୟ ମାର୍ଗଟି ରାଣୀ ଦୁର୍ଗାବତୀ ଫ୍ଲାଇଓଭର ଦେଇ ଡାକ୍ତରଖାନାରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ନିର୍ମିତ ହୋଇଥିଲା। ପୋଲିସ୍ ଯାନବାହାନର ତତ୍ତ୍ୱାବଧାନରେ କୌଣସି ଟ୍ରାଫିକ୍ ବାଧା ବିନା ଏମ୍ବୁଲାନ୍ସକୁ ବାହାର କରାଯାଇଥିଲା |

ରାତିରେ ଜବଲପୁର ବିମାନ ବନ୍ଦର ବନ୍ଦ ରହିବା ସତ୍ତ୍ୱେ ପ୍ରଶାସନ ସ୍ୱତନ୍ତ୍ର ଅନୁମତି ନେଇ ବିମାନର ରାତ୍ରିକାଳୀନ ଅବତରଣ ଏବଂ ବିମାନ ବନ୍ଦର ପରିଚାଳନା ପାଇଁ ବ୍ୟବସ୍ଥା କରିଥିଲା। ଭୋର୍ ପ୍ରାୟ ୪ଟା ବେଳେ ଲିଭରକୁ ସ୍ୱତନ୍ତ୍ର ଡାକ୍ତରୀ ସୁରକ୍ଷା ସହିତ ଏକ ଆମ୍ବୁଲାନ୍ସରେ ବିମାନବନ୍ଦରକୁ ନିଆଯାଇଥିଲା। ଏହି ସମୟରେ ଡାକ୍ତରଖାନା ପରିସରରେ ମହମବତୀ ଜଳାଇ ଅଙ୍ଗଦାନର ନିଷ୍ପତ୍ତିକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ଲିଭରକୁ ଏକ ଚାର୍ଟାର୍ଡ ବିମାନରେ ଅହମ୍ମଦାବାଦ ପଠାଯାଇଥିଲା। ପ୍ରାୟ ୪ଟା ୩୦ ମିନିଟ୍ ବେଳକୁ ଆଉ ଏକ ଆମ୍ବୁଲାନ୍ସ ରେ କିଡନୀ ମେଡ଼ିକାଲ କଲେଜ ଅଭିମୁଖେ ବାହାରିଥିଲା।

ଦୁର୍ଘଟଣା ଜୀବନ ଛଡ଼ାଇ ନିଏ, ପରିବାର ଅନ୍ୟମାନଙ୍କୁ ନୂଆ ଆଶା ଦିଏ :-

ଜବଲପୁରର ଗଙ୍ଗାନଗରର ନବ ନିବେଶ କଲୋନୀରେ ରହୁଥିବା ନରେନ୍ଦ୍ର ରଜକ (୪୧) ଏଚ୍. ସି. ଏଲ୍. କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ଡିସେମ୍ବର ୩୧ ତାରିଖରେ ସେ ତାଙ୍କ ଶାଳକଙ୍କ ମୃତ୍ୟୁ ପରେ ଗଙ୍ଗା ପୂଜା ପାଇଁ କୁଆଂଖେଡ଼ା ଯାଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ନରେନ୍ଦ୍ର ସାଧାରଣତଃ ହେଲମେଟ ପିନ୍ଧି ଘରୁ ବାହାରିଥାନ୍ତି, କିନ୍ତୁ ଦୁର୍ଘଟଣା ଦିନ ସେ ହେଲମେଟ ପିନ୍ଧି ନଥିଲେ। ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଟ୍ରୋ ପ୍ରାଇମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା ଏବଂ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରିଥିଲେ।

ପତ୍ନୀ କହିଲେ-ଏହାଠାରୁ ବଡ଼ ଦାନ ଆଉ କିଛି ନାହିଁ : -

ଅଙ୍ଗଦାନର ନିଷ୍ପତ୍ତି ନେବାବେଳେ ନରେନ୍ଦ୍ରଙ୍କ ପତ୍ନୀ ପୂଜା ରଜକ ଏବଂ ଦୁଇ ପିଲା ଭାବବିହ୍ୱଳ ହୋଇଯାଇଥିଲେ। ପତ୍ନୀ କହିଛନ୍ତି ଯେ, ପରିବାର ଜଣେ ପ୍ରିୟଜନଙ୍କୁ ହରାଇଛି, କିନ୍ତୁ ଅଙ୍ଗ ଦାନ ଅନ୍ୟ ପରିବାରକୁ ସେମାନଙ୍କ ରୋଗୀଙ୍କ ବଞ୍ଚିବାର ଆଶା ଦେଇପାରେ | ଯେଉଁ ପରିବାରର ସଦସ୍ୟ ମସ୍ତିଷ୍କ ମୃତ ଘୋଷିତ ହେଉଛନ୍ତି, ସେମାନେ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିବା ଉଚିତ। ଏହାଠାରୁ ବଡ଼ ଦାନ ଆଉ କିଛି ନାହିଁ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande