ଖଣ୍ଡାୟତ ମହାସଂଘ ପକ୍ଷରୁ ଗୋପାଳ ମହାଳିକଙ୍କ ସ୍ମୃତିସଭା
କେନ୍ଦ୍ରାପଡ଼ା, ୦୩ ନଭେମ୍ବର (ହି.ସ.): ଆଜି ବିଶିଷ୍ଟ ସମାଜସେବୀ, ପରୋପକାରୀ ତଥା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଗୋପାଳ ଚରଣ ମହାଳିକଙ୍କ ବିୟୋଗରେ ସ୍ଥାନୀୟ ହୋଟେଲ ରିଭର୍ଭ୍ୟୁ ପରିସରରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କ୍ଷତ୍ରିୟ ଖଣ୍ଡାୟତ ମହାସଂଘ,
ଖଣ୍ଡାୟତ ମହାସଂଘ ପକ୍ଷରୁ ଗୋପାଳ ମହାଳିକଙ୍କ ସ୍ମୃତିସଭା


କେନ୍ଦ୍ରାପଡ଼ା, ୦୩ ନଭେମ୍ବର (ହି.ସ.): ଆଜି ବିଶିଷ୍ଟ ସମାଜସେବୀ, ପରୋପକାରୀ ତଥା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଗୋପାଳ ଚରଣ ମହାଳିକଙ୍କ ବିୟୋଗରେ ସ୍ଥାନୀୟ ହୋଟେଲ ରିଭର୍ଭ୍ୟୁ ପରିସରରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କ୍ଷତ୍ରିୟ ଖଣ୍ଡାୟତ ମହାସଂଘ, କେନ୍ଦ୍ରାପଡ଼ା ଜିଲା ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ଜିଲାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ମହାସଂଘର କର୍ମକର୍ତା ଯୋଗଦେଇ ସ୍ୱର୍ଗତ ମହାଳିକଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାସଂଘର ସଭାପତି ଶରତ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ମହାଳିକଙ୍କ ବହୁମୁଖୀ ପ୍ରତିଭା ଓ ନିଷ୍ଠାପର ଜନସେବା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଶ୍ରୀ ବେହୁରା କହିଥିଲେ ଯେ, ସ୍ୱର୍ଗତ ମହାଳିକ କେବଳ ଜଣେ ଅମାୟିକ ବ୍ୟକ୍ତି ନଥିଲେ, ବରଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ତାଙ୍କର ଏକ ନିବିଡ଼ ଓ ଆନ୍ତରିକ ସମ୍ପର୍କ ଥିଲା। ସମାଜସେବା ତଥା ଲୋକଙ୍କ ସୁଖଦୁଃଖରେ ସର୍ବଦା ଛିଡ଼ା ହେଉଥିବା ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱ ଭାବେ ସେ ଚିରସ୍ମରଣୀୟ ରହିବେ। ତାଙ୍କର ଅକାଳ ବିୟୋଗରେ କଂଗ୍ରେସ ଦଳ ଜଣେ ଅଭିଜ୍ଞ ମାର୍ଗଦର୍ଶକ ତଥା ଦକ୍ଷ ସଂଗଠକଙ୍କୁ ହରାଇଥିବା ବେଳେ ସାମଗ୍ରିକ ସମାଜ ମଧ୍ୟ ଜଣେ ନିଷ୍ଠାପର, ତ୍ୟାଗୀ ଜନସେବକଙ୍କୁ ହରାଇଲା ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ସ୍ମୃତିସଭାରେ ମହାସଂଘର ଉପଦେଷ୍ଟା ରାଜେନ୍ଦ୍ର ରାଉତରାୟ, ସଂଯୋଜକ ଚନ୍ଦନ କୁମାର ପରିଡ଼ା ଏବଂ କୋଷାଧ୍ୟକ୍ଷ ସୁଶୀଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାଳିକଙ୍କ କାର୍ୟ୍ୟଧାରା ଓ ସଂଗଠନ ପ୍ରତି ତାଙ୍କର ନିରଳସ ଅବଦାନକୁ ମନେ ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଲକ ପରିଡ଼ା, ମାନସ ରାଉତରାୟ, ଚିତରଞ୍ଜନ ବଳ, ଅନୁପ ନାୟକ, ରତ୍ନାକର ରାଉତ, ପ୍ରହଲ୍ଲାଦ ଲେଙ୍କା, ବୃନ୍ଦାବନ ସ୍ୱାଇଁ, ସଂଗ୍ରାମ ଜେନା, ପୀତବାସ ବେହେରା, ଡାକ୍ତର ଚୈତନ୍ୟ ପରିଡ଼ା, ତରୁଣ ପ୍ରଧାନ, ରଞ୍ଜନ ନାୟକ, ଗୋଲେଖ ପଢ଼ିହାରୀ, ଚିତରଞ୍ଜନ ଲେଙ୍କା ଓ କ୍ଷୀରୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ସେମାନେ ସ୍ୱର୍ଗତ ମହାଳିକଙ୍କ ସହ ବିତାଇଥିବା ସ୍ମୃତିକୁ ଭାବବିହ୍ୱଳ ହୋଇ ମନେ ପକାଇବା ସହ ତାଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ସ୍ମୃତି ଚାରଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande