
ଭଦ୍ରକ, ୩ ନଭେମ୍ବର (ହି.ସ.) - ଶିକ୍ଷା ବିକାଶ ସମିତି ଅଧୀନ ଧୂଷୁରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗ ପକ୍ଷରୁ ଫୁଲ,ଫଳ ଓ ପନିପରିବା ପ୍ରଦର୍ଶନୀ ' ଅନୁଷ୍ଠିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ରମାପଦ ରଣା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଅରୁଣ ଶ୍ରେଣୀର ୩ ଶିଶୁ ବିଭିନ୍ନ ପ୍ରକାର ଫୁଲ ପ୍ରଦର୍ଶନୀ କରିଥିଲେ । ଉଦୟ ଶ୍ରେଣୀର ୩୨ ଜଣ ଶିଶୁ ବିଭିନ୍ନ ପ୍ରକାର ପନିପରିବା ପ୍ରଦର୍ଶନୀ କରିଥିବା ବେଳେ ପ୍ରଭାତ ଶ୍ରେଣୀରେ ୫୮ ଜଣ ଶିଶୁ ବିଭିନ୍ନ ପ୍ରକାର ଫଳ ପ୍ରଦର୍ଶନୀ କରିଥିଲେ । ସର୍ବମୋଟ୍ ୯୩ ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ ଶିଶୁ ଭାଇଭଉଣୀ ଏବଂ ଅଭିଭାବକମାନଙ୍କ ମନରେ ପ୍ରେରଣା ଓ ଉତ୍ସାହ ଆଣି ଦେଇଥିଲା । ଶିଶୁମାନେ ନିଜେ ଫୁଲ , ଫଳ ଓ ପନିପରିବା ଚିହ୍ନିବା ସହ ଅନ୍ୟମାନଙ୍କୁ ଚିହ୍ନାଇ ବହୁତ ଖୁସି ଅନୁଭବ କରିଥିଲେ । ଶିଶୁବାଟିକା ସହ ପ୍ରମୁଖ ଅନନ୍ୟା ହାଜରା,ଆଚାର୍ଯ୍ୟା ମାମିନା ସେଠୀ, ବିଜୁଳିଲତା ପଣ୍ଡା,ରଶ୍ମିତା ବେହେରା,ସେବିକା ମାମିନା ମହାପାତ୍ର,ସୁମତି ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ