୫.୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଗିରଫ
ଭୁବନେଶ୍ୱର/ ସମ୍ବଲପୁର, 3 ନଭେମ୍ବର (ହି.ସ) : ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗରନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁଯାୟୀ, ଅଧିଗ୍ରହଣ
୫.୧୦ ଲକ୍ଷ ଟଙ୍କା ଲାଞ୍ଚ     ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଗିରଫ


ଭୁବନେଶ୍ୱର/ ସମ୍ବଲପୁର, 3

ନଭେମ୍ବର (ହି.ସ) : ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ରେଳ

ପ୍ରକଳ୍ପର ସ୍ୱତନ୍ତ୍ର ଜମି

ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗରନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ସୂଚନା ଅନୁଯାୟୀ,

ଅଧିଗ୍ରହଣ ହୋଇଥିବା ଜମି ବାବଦରେ ୮୪ ଲକ୍ଷ ୬୨ ହଜାର

୨୮୮ ଟଙ୍କାର କ୍ଷତିପୂରଣ ରାଶି ମୁକ୍ତ କରିବା ପାଇଁ ଜମି ମାଲିକଙ୍କଠାରୁ ଅଜୟ କୁମାର ଗରନାୟକ ୫

ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଏଥିସହ ଆଗାମୀ ତୃତୀୟ ରେଳ ଲାଇନ

ପ୍ରକଳ୍ପରେ ଅଧିକ କ୍ଷତିପୂରଣ ପାଇଁ ଅନୁକୂଳ ସହଯୋଗ କରିବାକୁ ମଧ୍ୟ ସେ ଲାଞ୍ଚ ମାଗିଥିବା

ଅଭିଯୋଗ ରହିଛି।

ଏହି ଘଟଣାରେ ଭିଜିଲାନ୍ସ

ପକ୍ଷରୁ ଅଧିକାରୀଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ସମ୍ବଲପୁରସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ।

ଏହି ସମ୍ପର୍କରେ ସମ୍ବଲପୁର

ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୦/୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ

ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande