ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ସୁବର୍ଣପୁର, 03 ନଭେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିଆଜି ପି ଏମ୍ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟ
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି


ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି


ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି


ସୁବର୍ଣପୁର, 03 ନଭେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିଆଜି ପି ଏମ୍ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସଭାପତି,ଜିଲ୍ଲା ମୂଖ୍ୟ ବିକାଶ ଅଧିକାରୀ ଅଶ୍ଵିନୀ କୁମାରଙ୍କୁ ମେହେର ମୂଖ୍ୟ ଅତିଥି,ସମ୍ମାନନୀୟ ଅତିଥି ଭାବେ ଗୋରେଖନାଥ ସାହୁ, ବରିଷ୍ଟ ସାମ୍ବାଦିକ ତଥା ସଭାପତି,ପୂରାତନ ଛାତ୍ର ସଂସଦ,ବିଇଓ ବିନିକା ଲକ୍ଷ୍ମଣ ମିଶ୍ର ,ବିଇଓ ବୀର ମହାରାଜପୁର ଅଭିଷେକ ଭୁଏ ଓ ବିଇଓ ଉଲୁଣ୍ଡା ଅଜୟ କୁମାର ଲୁହା ମଞ୍ଚାସୀନ ଥୁଲେ । ମୂଖ୍ୟ ଅତିଥି ଶ୍ରୀ ମେହେର ଛାତ୍ର ଛାତ୍ରୀ ମାନେ ନିଜେ ନିଜେ ସହ ପ୍ରତିଯୋଗିତା କରି ଉତ୍କର୍ଷ ର ପ୍ରମାଣ ଦେବାକୁ ଆହ୍ବାନ ଦେଇଥିଲେ।ବିଇଓ ବୀରମହାରାଜପୁର ଶ୍ରୀ ଭୁଏ ପ୍ରତିଭା ବିକାଶ ର ମହାମଞ୍ଚ ହେଉଛି ସୁରଭି ।ବିଇଓ ବିନିକା ଶ୍ରୀ ମିଶ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବିଇଓ ଉଲୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନ ଉତ୍ସବର ପରିସମାପ୍ତି ସହ ପ୍ରତିଯୋଗିତା ପର୍ଯ୍ୟାୟରେ ବିତର୍କ , ବକ୍ତୃତା , ପ୍ରବନ୍ଧ ଲିଖନ ସୃଜନାତ୍ମକ ଲିଖନ,ଶୃତଲିଖନ ଓ ହସ୍ତାକ୍ଷର ଲିଖନ, ଚିତ୍ରାଙ୍କନ, ମଧ୍ୟାହ୍ନ ଭୋଜନ ଆର୍ଟ ଓ କ୍ରାଫ୍ଟ,ଗୀତ ,ଆଦି ପ୍ରତିଯୋଗିତା ଉଭୟ ମହାରାଜା ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା।ଏହି ସହିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସମାନ୍ତରାଳ ତଥା ଅଭିନବ କାର୍ଯ୍ୟକ୍ରମ ମୋଡେଲ ପାର୍ଲିଆମେଣ୍ଟର ଆୟୋଜନ କରାଯାଇଥିଲା ଯେଉଁ ଦିଗରେ ଛାତ୍ର ଛାତ୍ରୀ ମାନେ ଆମ ସାଂସଦୀୟ ପ୍ରକ୍ରିୟା ର ପ୍ରତୀକ ରୁପାୟନ ରେ ଅଂଶଗ୍ରହଣ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ଅପରାହ୍ନ ରେ ଅନୁଷ୍ଠିତ ପରବର୍ତ୍ତୀ ପର୍ଯ୍ୟାୟରେ ଦଳଗତ ନୃତ୍ୟ ପରିବେଷଣ କରିବା ବେଳେ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ରାଧାକାନ୍ତ ମହାକୁର,ଗଦାଧର ବାରିକ, ଯୋଗଦେଇ ଶିଶୁ ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ପହଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭା ରେ ମୁଖ୍ୟ ଅତିଥି ରୁପେ ଜିଲ୍ଲାପାଳ ଦେବାଶିଷ ସିଂ ହଁ,ତଥା ସମ୍ମାନିତ ଅତିଥି ରୂପେ ବିଇଓ, ଡୁଙ୍ଗୁରିପାଲି ଗଣେଶ କିଶାନ, ସମାଜସେବୀ ବେଣୁଧର ଦାଶ ଯୋଗଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର ସଭାପତିତ୍ବ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବିଇଓ ଉଲୁଣ୍ଡା ଅଜୟ କୁମାର ଲୁହା ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲା ସ୍ତରୀୟ ସୁରଭି 2026 ର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କର ବ୍ଲକ୍-ୱାରୀ ତାଲିକା :

ଉଲୁଣ୍ଡା

* ଶୁତଲେଖା ଏବଂ ହସ୍ତାକ୍ଷର (ଜୁନିୟର): ସ୍ୱାତି ଅନନ୍ୟା ପ୍ରଧାନ, ଡି.ଏ.ଭି. ପବ୍ଲିକ ସ୍କୁଲ, ଝରବହାଳୀ

* ସଙ୍ଗୀତ (ଉଚ୍ଚ ମାଧ୍ୟମିକ): ଜାସ୍ମିନ୍ ଆଚାର୍ଯ୍ୟ, ପି.ଏସ୍.ଏଚ୍.ଏସ୍. ମୁଣ୍ଡଘାଟ

* ସଙ୍ଗୀତ (ସିନିୟର): ୟାସିନାନ୍ ସଲମା, ଜି.ଏସ୍.ଏଚ୍.ଏସ୍. ଟାଙ୍କରା

* ପୋଷଣ କ୍ରାଫ୍ଟ (ଜୁନିୟର): ପ୍ରଜ୍ଞାସିନୀ ସାହୁ, କୁମରକେଲି ୟୁ.ପି.ଏସ୍.

* ପୋଷଣ କ୍ରାଫ୍ଟ (ସିନିୟର): ଶ୍ରୀକନ୍ତ ଭୋଇ, ଏସ୍.ଜି.ଏଚ୍.ଏସ୍. ପାଞ୍ଚଳା

* ସୃଜନଶୀଳ ଲେଖା (ଉଚ୍ଚ ମାଧ୍ୟମିକ): ଶିବାନୀ ବାରିକ, ପି.ଏସ୍.ଏଚ୍.ଏସ୍. ଉଲୁଣ୍ଡା

* ବକ୍ତୃତା (ସିନିୟର): ସ୍ୱୟଂ ଶିବାନୀ ପାଢ଼ୀ, ଓ.ଏ.ଭି. ଝରବହାଳୀ

* ଚିତ୍ରକଳା (ସିନିୟର): ଲୁସି ସାହୁ, ବି.ବି.ଜେ.ଏଚ୍.ଏସ୍. କୁମରକେଲି

ଡୁଙ୍ଗୁରିପାଲି

* ସଙ୍ଗୀତ (ସିନିୟର): ଅଙ୍କିତା ମେହେର, ସୁଖା ଏଚ୍.ଏସ୍.

* କ୍ୱିଜ୍ (ଜୁନିୟର): ସାଇ ହିମାପ୍ରି ପ୍ରଧାନ, ଓ.ଏ.ଭି. ଫଟାମୁଣ୍ଡା

* କ୍ୱିଜ୍ (ସିନିୟର): ଅରିନ୍ଦମ ପ୍ରଧାନ, ଓ.ଏ.ଭି. ଫଟାମୁଣ୍ଡା

* ସୃଜନଶୀଳ ଲେଖା (ଜୁନିୟର): ରୁପାଲି କୁମ୍ଭାର, ଓ.ଏ.ଭି. ଫଟାମୁଣ୍ଡା (ଡି.ଏ.ଭି.)

* ବକ୍ତୃତା (ଜୁନିୟର): ଜିତେଶ ସେଠ, ଆନ୍ଧ୍ରବାଞ୍ଜି ୟୁ.ପି.ଏସ୍.

* ଚିତ୍ରକଳା (ଉଚ୍ଚ ମାଧ୍ୟମିକ): ଆଶୀର୍ବାଦ ମହାରାଣା, ସୁଖା ଏଚ୍.ଏସ୍.

* ଚିତ୍ରକଳା (ଜୁନିୟର): ସ୍ନେହାରାଣୀ ବାହିଦାର, ସର୍ଗୁଲ ୟୁ.ପି.ଏସ୍.

ସୋନପୁର

* ସଙ୍ଗୀତ (ଜୁନିୟର): ପୁଷ୍ପିତା କୁମ୍ଭାର, ମାଝିମୁଣ୍ଡା ପି.ଏସ୍.

* ତର୍କ (ସିନିୟର): ହରିହର ଡାକଲା, ପି.ଏମ୍. ଶ୍ରୀ ଏମ୍.ଆର୍. ହାଇସ୍କୁଲ, ସୋନପୁର

* ସୃଜନଶୀଳ ଲେଖା (ସିନିୟର): ଆଶୁତୋଷ ପଣ୍ଡା, ପି.ଏମ୍. ଶ୍ରୀ ଏମ୍.ଆର୍. ହାଇସ୍କୁଲ, ସୋନପୁର

* PM ପୋଷଣ ଆର୍ଟ (ସିନିୟର): ମାନସ ମେହେର, ପି.ଏମ୍. ଶ୍ରୀ ଏମ୍.ଆର୍. ହାଇସ୍କୁଲ, ସୋନପୁର

* ପ୍ରବନ୍ଧ (ସିନିୟର): ସୁଭେଚ୍ଛା ଶତାବ୍ଦୀ ଦ୍ୱାରୀ, ଓ.ଏ.ଭି. ପିପିଲିପାଲି

ବୀରମହାରାଜପୁର

* ତର୍କ (ଉଚ୍ଚ ମାଧ୍ୟମିକ): ସୁବ୍ରତ ମେହେର, ଏଚ୍.ଏସ୍. ବୀରମହାରାଜପୁର

* କ୍ୱିଜ୍ (ଉଚ୍ଚ ମାଧ୍ୟମିକ): ବିଜୟଲକ୍ଷ୍ମୀ ହୋତା, ଓ.ଏ.ଭି. ରଥପୁର

* PM ପୋଷଣ ଆର୍ଟ (ଜୁନିୟର): ଦେବାପନ ପଣ୍ଡା, ନୂଆଗଡ଼ ୟୁ.ପି.ଏସ୍.

* ବକ୍ତୃତା (ଉଚ୍ଚ ମାଧ୍ୟମିକ): ଅର୍ଚ୍ଚନା ନାଏକ, ଏଚ୍.ଏସ୍. ସୁବଳୟା

ତରଭା

* ପ୍ରବନ୍ଧ (ଉଚ୍ଚ ମାଧ୍ୟମିକ): ମନୀଷା ରଣା, ପି.ଏଚ୍.ଏସ୍. ଚାରଭଟ୍ଟା

* CWSN ଚିତ୍ରକଳା (ସିନିୟର): ମନୋଜ ରଣା, ବାଲିପାଟା ୟୁ.ପି.ଏସ୍.

* CWSN ଚିତ୍ରକଳା (ଜୁନିୟର): ହର୍ଷସ୍ମିତ ତାଣ୍ଡି, ଡି.ଏ.ଭି. ଜାମକାନୀ

ବିନକା

* CWSN ସଙ୍ଗୀତ (ଜୁନିୟର): ଋଷ୍ମା ବକ୍ତ, ଗଭର୍ନମେଣ୍ଟ ୟୁ.ପି.ଏସ୍. ଆମାମୁଣ୍ଡା

* CWSN ଚିତ୍ରକଳା (ଉଚ୍ଚ ମାଧ୍ୟମିକ): ସମ୍ପତ୍ତି ମାତାରୀ, ସିଦ୍ଧାର୍ଥ ଏଚ୍.ଏସ୍. ବିନକା. ଦଳଗତ ନୃତ୍ୟ ସିଢୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande