
କେନ୍ଦ୍ରାପଡ଼ା, ୦୩ ନଭେମ୍ବର (ହି.ସ.) :ରାଜସ୍ୱ ସମ୍ପର୍କିତ ବିଭିନ୍ନ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲରେ ପ୍ରତି ମାସରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଆୟୋଜନ କରାଯାଉଛି । ଏହି କ୍ରମରେ ନଭେମ୍ବର ୨୦୨୬ ମାସ ପାଇଁ ଶୁଣାଣି କାର୍ୟ୍ୟସୂଚୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ, ନଭେମ୍ବର ୪ ତାରିଖରେ ମାର୍ଶାଘାଇ ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ନଭେମ୍ବର ୬ ତାରିଖରେ ଆଳି ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ଜନ ଅଭିଯୋଗ ଶୁଣାଣି କରିବେ।ସେହିପରି ନଭେମ୍ବର ୧୧ ତାରିଖରେ କନିକା ତହସିଲରେ ଜିଲ୍ଲାପାଳ ରଘୁରାମ ଆ.ର୍ ଆୟର ଏବଂ ଡେରାବିଶ ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଅଭିଯୋଗ ଶୁଣାଣି କରିବେ। ନଭେମ୍ବର ୧୮ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ଏବଂ ମହାକାଳପଡ଼ା ତହସିଲରେ ଉପଜିଲ୍ଲାପାଳ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ରବି