ଇରାନର କେଶମ୍ ଦ୍ୱୀପ ଉପରେ କ୍ଷେପଣାସ୍ତ୍ର ମାଡ କଲା ଆମେରିକା
ୱାଶିଂଟନ (ଆମେରିକା)/ତେହେରାନ (ଇରାନ), ନଭେମ୍ବର ୦୩ (ହି.ସ.)। କତାର ଅଧିକାରୀଙ୍କ ମାଧ୍ୟମରେ ଇରାନ ସହ ଚାଲିଥିବା ଚୁକ୍ତି ଆଲୋଚନା ମଧ୍ୟରେ ଆମେରିକା କେଶମ ଦ୍ୱୀପ ଉପରେ ଆକ୍ରମଣ କରିଛି। ଆମେରିକାର ତିନିଜଣ ଅଧିକାରୀ କହିଛନ୍ତି ଯେ, ସୋମବାର ଆମେରିକୀୟ ସେନା ଇରାନର କେଶମ ଦ୍ୱୀପ ଉପରେ ସୀମିତ ଆକ୍ରମଣ
राष्ट्रपति डोनाल्ड ट्रंप सोमवार को वाशिंगटन के रिफ्लेक्टिंग पूल में आयोजित एक कार्यक्रम में । फोटो - इंटरनेट मीडिया


ୱାଶିଂଟନ (ଆମେରିକା)/ତେହେରାନ (ଇରାନ), ନଭେମ୍ବର ୦୩ (ହି.ସ.)। କତାର ଅଧିକାରୀଙ୍କ ମାଧ୍ୟମରେ ଇରାନ ସହ ଚାଲିଥିବା ଚୁକ୍ତି ଆଲୋଚନା ମଧ୍ୟରେ ଆମେରିକା କେଶମ ଦ୍ୱୀପ ଉପରେ ଆକ୍ରମଣ କରିଛି। ଆମେରିକାର ତିନିଜଣ ଅଧିକାରୀ କହିଛନ୍ତି ଯେ, ସୋମବାର ଆମେରିକୀୟ ସେନା ଇରାନର କେଶମ ଦ୍ୱୀପ ଉପରେ ସୀମିତ ଆକ୍ରମଣ କରିଥିଲା। ଏହାକୁ ପ୍ରତିରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇ ସେମାନେ କହିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ଅଞ୍ଚଳରେ ଥିବା ଆମେରିକୀୟ ସମ୍ପତ୍ତିର ସୁରକ୍ଷା କରିବା।

ସିଏନ୍ଏନ୍ର ରିପୋର୍ଟ ଅନୁଯାୟୀ, ଏହି ତିନିଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ଆମେରିକାର ଏକ ବିମାନ ଉପରେ ଇରାନ ପକ୍ଷରୁ ଗୁଳିମାଡ଼ କରାଯିବାର ଜବାବରେ ଏହି ଆକ୍ରମଣ କରାଯାଇଥିଲା। ଏହା କୌଣସି ବଡ଼ ସାମରିକ ଅଭିଯାନ ନୁହେଁ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଆମେରିକାର ସମ୍ପତ୍ତି ବିରୋଧରେ ଇରାନ ପକ୍ଷରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ କରି ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଉଥିବାରୁ ପ୍ରତିରକ୍ଷା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଠିକ୍ ପୂର୍ବରୁ ହୋଇଥିବା ଏହି ସାମରିକ କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହେଉଛି ଯେ, ଇରାନ ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବେ ବି ସମାଧାନ ହୋଇନାହିଁ ଏବଂ ସାମରିକ ସଂଘର୍ଷର ସମ୍ଭାବନା ରହିଛି।

ଏହି ଆକ୍ରମଣ ସମ୍ପର୍କରେ ଅବଗତ ଥିବା ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରଶାସନ ଜାଣିଶୁଣି ଏହି ଆକ୍ରମଣକୁ ଗୁପ୍ତ ରଖିଥିଲା, ଯାହାଦ୍ୱାରା ପ୍ରତିରକ୍ଷାମୂଳକ ପଦକ୍ଷେପକୁ ଅନାବଶ୍ୟକ ଭାବେ ଅଧିକ ଗୁରୁତ୍ୱ ଦିଆନଯାଏ। ଆମେରିକୀୟ ସମ୍ପତ୍ତିର ସୁରକ୍ଷା କରିବା ହିଁ ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।

ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୋସିଆଲ ମିଡିଆରେ କହିଥିଲେ ଯେ, ତେହେରାନ ସହ କୂଟନୈତିକ ଆଲୋଚନା ଏବେ ବି ଜାରି ରହିଛି ଏବଂ ଏକ ଚୁକ୍ତି ହେବାର ସମ୍ଭାବନା ରହିଛି।

ସୋମବାର ରାତିରେ ଫକ୍ସ ନ୍ୟୁଜ୍ର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଇରାନ ଉପରେ ନୂଆ ଆକ୍ରମଣ ହୋଇଥିବା ଖବର ସମ୍ପର୍କରେ ସିଧାସଳଖ କିଛି କହିନଥିଲେ। ତେବେ ଇରାନରେ ଯୁଦ୍ଧ ଆରମ୍ଭ କରିବା ନିଷ୍ପତ୍ତିକୁ ସେ ସମର୍ଥନ କରିଥିଲେ ଏବଂ ସଙ୍କେତ ଦେଇଥିଲେ ଯେ, ଗତ କିଛି ଦିନ ଧରି କୌଣସି ଲଢ଼େଇ ହୋଇନାହିଁ।

ଟ୍ରମ୍ପ କହିଥିଲେ, ଏହା ଏକ ହାଲୁକା ଯୁଦ୍ଧ। ଏହା କୌଣସି ଭୟଙ୍କର ଯୁଦ୍ଧ ନୁହେଁ। ଯଦି ସେମାନେ କୌଣସି ଚୁକ୍ତି ନକରନ୍ତି, ତେବେ ଯୁଦ୍ଧ ହୋଇପାରେ। କିନ୍ତୁ ସେମାନେ ଅତ୍ୟନ୍ତ ଆଗ୍ରହର ସହ ଚୁକ୍ତି କରିବାକୁ ଚାହୁଁଛନ୍ତି ଏବଂ ଆମେ ଏକ ଚୁକ୍ତିରେ ପହଞ୍ଚିବାର ଯଥେଷ୍ଟ ଭଲ ସମ୍ଭାବନା ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande