ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମର ପୋଷ୍ଟର ଓ ସୂଚନା ପତ୍ର ଉନ୍ମୋଚିତ
ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମର ପୋଷ୍ଟର ଓ ସୂଚନା ପତ୍ର ଉନ୍ମୋଚିତ
ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମର ପୋଷ୍ଟର ଓ ସୂଚନା ପତ୍ର ଉନ୍ମୋଚିତ


ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମର ପୋଷ୍ଟର ଓ ସୂଚନା ପତ୍ର ଉନ୍ମୋଚିତ


ସମ୍ବଲପୁର, ୦୩, ନଭେମ୍ବର (ହି.ସ.) ଯୁବପିଢ଼ିଙ୍କ ମଧ୍ୟରେ ଗାଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା ଓ ସଂସଦୀୟ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ନଭେମ୍ବର ୫ ତାରିଖ ଗୁରୁବାର ସକାଳ ୯ଟା ସମୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଏଲଜି-୧ ଠାରେ କାର୍ଯ୍ୟକ୍ରମର ପୋଷ୍ଟର ଓ ସୂଚନା ପତ୍ର ଉନ୍ମୋଚନ କରାଯାଇଥିଲା।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବୈମକେଶ ତ୍ରିପାଠୀ ଏବଂ କୁଳସଚିବ ସନତ କୁମାର ନାଏକ ଉପସ୍ଥିତ ରହି ପୋଷ୍ଟର ଓ ସୂଚନା ପତ୍ର ଉନ୍ମୋଚନ କରିଥିଲେ।

ଏହି ଅବସରରେ ମାଇଁ ଭାରତର ୟୁଥ୍ ଆଇକନ୍ ଅର୍ପିତା ବେହେରା ଏବଂ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଅମିଷା ଧର, ଲିସା ସୁନା ଓ ମାସୁଦ ଆଲମ ଉପସ୍ଥିତ ଥିଲେ।

ଯୁବ ସଂସଦ ମାଧ୍ୟମରେ ଯୁବପିଢ଼ିଙ୍କୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ସଂସଦୀୟ ପରମ୍ପରା ଓ ଜନସମସ୍ୟା ଉପରେ ମତାମତ ରଖିବାର ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନେତୃତ୍ୱର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ମାଇଁ ଭାରତ, ସମ୍ବଲପୁର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande