କଥାକାର ରାମଚନ୍ଦ୍ର ବେହେରାଙ୍କ ଜନ୍ମଦିନ ପାଳିତ
କେନ୍ଦ୍ରାପଡ଼ା, 03 ନଭେମ୍ବର (ହି.ସ.)- ବିଶିଷ୍ଟ କଥାକାର ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରାଙ୍କ ୮୧ ତମ ଜନ୍ମଦିନ ପାଳିତ ହୋଇଯାଇଛି , ଏହି ଅବସରରେ କପାଳେଶ୍ଵର ଭିଆଇପି ରୋଡ ସ୍ଥିତ ନିତ୍ୟ ବୈକୁଣ୍ଠ ପରିସରରେ ଆୟୋଜିତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହି
କଥାକାର ରାମଚନ୍ଦ୍ର ବେହେରାଙ୍କ ଜନ୍ମଦିନ ପାଳିତ


କେନ୍ଦ୍ରାପଡ଼ା, 03 ନଭେମ୍ବର (ହି.ସ.)- ବିଶିଷ୍ଟ କଥାକାର ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରାଙ୍କ ୮୧ ତମ ଜନ୍ମଦିନ ପାଳିତ ହୋଇଯାଇଛି , ଏହି ଅବସରରେ କପାଳେଶ୍ଵର ଭିଆଇପି ରୋଡ ସ୍ଥିତ ନିତ୍ୟ ବୈକୁଣ୍ଠ ପରିସରରେ ଆୟୋଜିତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହିତ୍ୟିକ ଯୋଗଦେଇ ରାମଚନ୍ଦ୍ର ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ କ୍ଷ ବିଶିଷ୍ଟ କବି ଡକ୍ଟର ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରାରମ୍ଭରେ ପାରମ୍ପରିକ ଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା କ୍ଷ ଉପସ୍ଥିତ ପାଠକ ମାନେ ରାମଚନ୍ଦ୍ର ବେହେରାଙ୍କ କାଳଜୟୀ ଗଳ୍ପ ଗୁଡିକ ପାଠ କରିଥିଲେ କ୍ଷ ଏହି ଉତ୍ସବରେ ପୂର୍ବତନ ବିଧାୟକ ଡକ୍ଟର ଅଲେଖ ଚନ୍ଦ୍ର ଜେନା, ସମାଜସେବୀ ଭୁବନ ମୋହନ ଜେନା, କବି ବୃନ୍ଦାବନ ଦାସ, ସରୋଜ ମହାନ୍ତି, ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ଅଧ୍ୟାପକ ତପନ କୁମାର ପତି, ଅଧ୍ୟାପକ ଅମୂଲ୍ୟ ମଲ୍ଲ, କବି ନବଜ୍ୟୋତି ରାୟ ଅଧ୍ୟାପକ ବସନ୍ତ ସେଠି, ଅଧ୍ୟାପକ ମାନସ ଦାସ, ଅଧ୍ୟାପକ ସୂର୍ୟ୍ୟକାନ୍ତ ମଲ୍ଲିକ, ଅଧ୍ୟାପିକା ପ୍ରଭାସିନୀ ପରିଡା, ଡକ୍ଟର ଗିରିଜା କାନ୍ତ ଦାସ, କବି ସୁବ୍ରତ ପାତ୍ର, ପବିତ୍ର ସାହୁ, ଗୋଲାପ ରାଉତ ପ୍ରମୁଖ ଯୋଗଦେଇ ଥିଲେ କ୍ଷ

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande