ଝାଡ଼ୁ ଧରି ସଫେଇ କଲେ ଜିଲ୍ଲାପାଳ, ସ୍ୱଚ୍ଛତାର ବାର୍ତ୍ତା ଦେଲେ
କେନ୍ଦ୍ରାପଡ଼ା, 03 ନଭେମ୍ବର (ହି.ସ.) - କେନ୍ଦ୍ରାପଡ଼ା ମୁନିସିପାଲିଟି ତରଫରୁ ଆୟୋଜିତ ଗଣସଫେଇ ଅଭିଯାନରେ ନିଜକୁ ସାମିଲ କଲେ ସ୍ୱଚ୍ଛତା କେବଳ କଥାରେ ନୁହେଁ, ବରଂ ନିଜ କାର୍ୟ୍ୟରେ ପ୍ରତିଫଳିତ ହେବା ଉଚିତ। ଏଭଳି ଏକ ସକାରାତ୍ମକ ବାର୍ତ୍ତା ଦେଇ ଆଜି କେନ୍ଦ୍ରାପଡ଼ା ସହରରେ ଆୟୋଜିତ ଗଣସଫେଇ ଅଭିଯାନରେ
ଝାଡ଼ୁ ଧରି ସଫେଇ କଲେ ଜିଲ୍ଲାପାଳ, ସ୍ୱଚ୍ଛତାର ବାର୍ତ୍ତା ଦେଲେ


କେନ୍ଦ୍ରାପଡ଼ା, 03 ନଭେମ୍ବର (ହି.ସ.) - କେନ୍ଦ୍ରାପଡ଼ା ମୁନିସିପାଲିଟି ତରଫରୁ ଆୟୋଜିତ ଗଣସଫେଇ ଅଭିଯାନରେ ନିଜକୁ ସାମିଲ କଲେ ସ୍ୱଚ୍ଛତା କେବଳ କଥାରେ ନୁହେଁ, ବରଂ ନିଜ କାର୍ୟ୍ୟରେ ପ୍ରତିଫଳିତ ହେବା ଉଚିତ। ଏଭଳି ଏକ ସକାରାତ୍ମକ ବାର୍ତ୍ତା ଦେଇ ଆଜି କେନ୍ଦ୍ରାପଡ଼ା ସହରରେ ଆୟୋଜିତ ଗଣସଫେଇ ଅଭିଯାନରେ ନିଜେ ଝାଡ଼ୁ ଧରି ସଫେଇ କାର୍ୟ୍ୟରେ ସାମିଲ ହୋଇଥିଲେ ଜିଲ୍ଲାପାଳ ରଘୁରାମ ଆର. ଆୟର। ଜିଲ୍ଲାପାଳଙ୍କ ଏହି ପ୍ରତ୍ୟକ୍ଷ ଅଂଶଗ୍ରହଣ ସଫେଇ କାର୍ୟ୍ୟରେ ନିୟୋଜିତ କର୍ମଚାରୀ ଓ ଅନ୍ୟ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ ସହରବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତାର ବାର୍ତ୍ତା ପ୍ରସାର କରିଥିଲା।କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ଆୟୋଜିତ ଏହି ବ୍ୟାପକ ଗଣସଫେଇ ଅଭିଯାନରେ ସହରର ପୁରୁଣା ବସଷ୍ଟାଣ୍ଡ, କୋର୍ଟ ପରିସର, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସର ସମେତ ଅନ୍ୟାନ୍ୟ ପ୍ରମୁଖ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ସଫେଇ କାର୍ୟ୍ୟ କରାଯାଇଥିଲା। ଜିଲ୍ଲାପାଳ ନିଜେ ସଫେଇ କାର୍ୟ୍ୟରେ ହାତ ମିଳାଇବା ସହ ସ୍ୱଚ୍ଛତା ରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ପ୍ରେରଣା ଦେଇଥିଲେ।ଏହି ଅଭିଯାନରେ ପୌରପାଳିକାର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରାଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ପୌରପାଳିକାର ଅଧିକାରୀ ଓ କର୍ମଚାରୀ, ସଫେଇ କର୍ମଚାରୀ ଏବଂ ଅନ୍ୟାନ୍ୟ ସହଯୋଗୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ସମସ୍ତଙ୍କ ସାମୂହିକ ପ୍ରୟାସରେ ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ୟ୍ୟ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ସ୍ୱଚ୍ଛତା କେବଳ ପୌରପାଳିକା କିମ୍ବା ସଫେଇ କର୍ମଚାରୀଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ସାମୂହିକ ଦାୟିତ୍ୱ। ନିଜ ଘର, ରାସ୍ତାଘାଟ ଓ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ସହ ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ନ ପକାଇବା ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ। ସଫେଇ କାର୍ୟ୍ୟରେ ସାମିଲ ହୋଇଥିବା ସମସ୍ତ ଜନପ୍ରତିନିଧି, କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।ଜିଲ୍ଲାପାଳଙ୍କ ନିଜେ ସଫେଇ କାର୍ୟ୍ୟରେ ସାମିଲ ହେବା ଏହି ଅଭିଯାନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ଜ୍ଝକେନ୍ଦ୍ରାପଡ଼ାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ଏଭଳି ସଫେଇ ଅଭିଯାନରେ ନିରନ୍ତର ସାମିଲ ହେବା ସହ ପ୍ରତ୍ୟେକ ନାଗରିକ ନିଜ ନିଜ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande