ଝାଲପଡା ପଂଚାୟତରେ ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ଚଳୁ : ଶ୍ରମ ଦିବସ ସୃଷ୍ଟି ପାଲଟିଛି ପ୍ରହସନ
ଧର୍ମଶାଳା,୩ ନଭେମ୍ବର(ହି.ସ.) - ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷା , ସବୁଜ ବଳୟ ସୃଷ୍ଟି ଓ ସ୍ଥାନୀୟ ଲୋକଙ୍କ ରୋଜଗାରକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ବ୍ୟୟଅଟକଳ କରାଯାଉଛି । ମାତ୍ର ଏହି ଯୋଜନା ନାଁରେ ହାତ ଗଣତି କିଛି ଗଛ ଲଗାଇ ଲ
ଝାଲପଡା ପଂଚାୟତରେ ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ଚଳୁ : ଶ୍ରମ ଦିବସ ସୃଷ୍ଟି  ପାଲଟିଛି ପ୍ରହସନ


ଧର୍ମଶାଳା,୩ ନଭେମ୍ବର(ହି.ସ.) - ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷା , ସବୁଜ ବଳୟ ସୃଷ୍ଟି ଓ ସ୍ଥାନୀୟ ଲୋକଙ୍କ ରୋଜଗାରକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ବ୍ୟୟଅଟକଳ କରାଯାଉଛି । ମାତ୍ର ଏହି ଯୋଜନା ନାଁରେ ହାତ ଗଣତି କିଛି ଗଛ ଲଗାଇ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ ହୋିଥିବା ଦର୍ଶା ଯାଛଥିବା ବେଳେ ବାସ୍ତବ କ୍ଷେତ୍ରରେ ବୃକ୍ଷରୋପଣସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ । ଏହି ଯୋଜନାରେ ହୋଇଥିବା ଖର୍ଚ୍ଚର ସ୍ୱଚ୍ଛତା ଓ କାର୍ଯ୍ୟର ବାସ୍ତବତା ଯାଂଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ପଂଚାୟତର କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅନିୟମିତତାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଲପଡା ପଂଚାୟତରେ। ଏହି ପଂଚାୟତରେ ଷ୍ଟ୍ରିଟ୍ ଲାଇଟ ଦୃନୀତି ଘଟଣା ପଦାକୁ ଆସିଥିବା ବେଳେ ଗଛ ଲଗା ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପଂଚାୟତରେ ଗ୍ରାମୀଣ ରୋଜଗାର ଓ ଆଜିବିକା ମିଶନ ଗ୍ୟାରେଂଟି ୨୦୨୬-୨୭ ଯୋଜନାରେ ସେଗ୍ରିଗେସନ ସେଡ ନିକଟରେ ବୃକ୍ଷରୋପଣ ପ୍ରକଳ୍ପର କୋର୍ଡ ନଂ ୨୪୨୦୦୦୭୦୦୩/ଡିପି/ଭିବି/ୱାଇଓ/୧୦୯୨୪୩୨ ଅଟକଳ ପରିମାଣ ୪ଲକ୍ଷ ୧୯ହଜାର୯୯୯ଟଙ୍କା ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୨୫ରେ ତାରିଣୀ ମନ୍ଦିରଠାରୁ କେନାଲ ରୋଡ ନିକଟରେ ବୃକ୍ଷରୋପଣ କୋର୍ଡ ୨୪୨୦୦୦୭୦୦୩/ଡିପି/୧୦୯୦୧୬୨୩ରେ ୪ଲକ୍ଷ ୭୦ ହଜାର ଟଙ୍କାରେ ଗଛ ଲଗା ଯାଇଥିବା ସୂଚନା ଫଳକରୁ ଜଣାପଡିଛି। ତେବେ ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତାରିଖ ୩୧ା୧୦ା୨୦୨୫ହୋଇଥିବା ବେଳେ ଓ କାର?୍ୟ୍ୟ ଶେଷ ତାରିଖ ୩୦ା୧୦ା୨୦୨୫ ଲେଖା ଯାଇଥିବା ଦେଖିବାକୁ ମିଳିଛି । ଏତେ ଟଙ୍କାରେ କେତୋଟି ଗଛ ଲଗାଇ ଯାଇଥିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଦୁଇଟି ସ୍ଥାନରେ ହାତଗଣତି କିଛି ଗଛ ଲଗାଇ ଥିବା ବେଳେ ପାଖାପାଖି ୧୦୦ଟି ଗଛକୁ ଜରିରେ ଘେରା ଯାଇଥିବା ଦେଖିବାକୁ ମିଳିଛି । ସେପଟେ ପଂଚାୟତ କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟ ତଦାରଖ ଦକ୍ଷତା ଓ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମିଲିଭଗତକୁ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅନିୟମିତତାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି । ପଂଚାୟତ ନିର୍ବାହୀ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ଘଟଣା ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ମିଳୁ ନ ଥିବାରୁ ଏହା ଏକ ବଡ ଦୃନିତୀ ବୋଲି କହିଛନ୍ତି ଗ୍ରାମବାସୀ । ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ କାରଣ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ପଂଚାୟତର ସେଗ୍ରିଗେସନ ସେଡ ନିକଟରେ ନିକଟରେ ୭ଶହ ଗଛ ଲଗା ଯାଇଛି । ପରବର୍ତୀ ସମୟରେ ଆଉ ଗଛ ଲାଗିବ । ଏହି ପ୍ରକଳ୍ପର ବିଲ୍ ସମ୍ପର୍କରେ ମୁଁ କିଛି କହି ପାରିବି ନାହିଁ ,ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏ ସମ୍ପର୍କରେ କହି ପାରିବେ ବୋଲି ବିଭାଗୀୟ ଯନ୍ତ୍ରୀ ଗୀତାଶ୍ରୀ ବେହେରା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

୨ ସପ୍ତାହ ପୂର୍ବରୁ ମୁଁ ଗଛ ଲଗା ଯାଇଥିବା ସ୍ଥାନକୁ ଯାଇଥିଲି । ସେଠାରେ ଗଛ ଲାଗି ଥିଲା । ବର୍ତମାନର ସ୍ଥିତି କଣ ଅଛି ପୁନଃର୍ବାର ଗଲେ ଜଣାଇବି । ପ୍ରଥମ ପର୍ଯ୍ୟାୟରେ ସେଗ୍ରିଗେସନ ନିକଟରେ ଲାଗି ଥିବା ଗଛ ପାଇଁ ୫୫ ହଜାର ଟଙ୍କାର ବିଲ ଦିଆ ଯାଇଛି ବୋଲି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଲକ୍ଷ୍ମୀ ସ୍ୱାଇଁ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande