ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରଶାସନର ତ୍ୱରିତ ପଦକ୍ଷେପ
୪,୬୦୮ଟି ନଳକୂପର ମରାମତି ଓ ବିଶୋଧନ ସମ୍ପନ୍ନ, ୪.୫୫ ଲକ୍ଷ ପାଣି ବୋତଲ ବଣ୍ଟନ ଭୁବନେଶ୍ୱର, ୩ ନଭେମ୍ବର (ହି.ସ)- ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଏବଂ ଲୋକଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ
ଜଳଯୋଗାଣ


୪,୬୦୮ଟି ନଳକୂପର ମରାମତି ଓ ବିଶୋଧନ ସମ୍ପନ୍ନ,

୪.୫୫ ଲକ୍ଷ ପାଣି ବୋତଲ ବଣ୍ଟନ

ଭୁବନେଶ୍ୱର, ୩ ନଭେମ୍ବର (ହି.ସ)- ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଏବଂ ଲୋକଙ୍କୁ ସୁରକ୍ଷିତ

ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ

ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ନଭେମ୍ବର ୩ ତାରିଖ ସୁଦ୍ଧା

ଏହି ତିନି ଜିଲ୍ଲାରେ ମୋଟ ୪,୭୭୨ଟି ନଳକୂପ ପ୍ରଭାବିତ ହୋଇଥିବା ବେଳେ ସେଥିମଧ୍ୟରୁ ୪,୬୦୮ଟିର ମରାମତି ଓ ବିଶୋଧନ କାର୍ଯ୍ୟ ଶେଷ ହୋଇଛି। ଯାହାର ପରିମାଣ

୯୭.୫୮ ପ୍ରତିଶତ। ସେହିପରି ୪୦୨ଟି ପ୍ରଭାବିତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନା ମଧ୍ୟରୁ

୨୭୫ଟିର ପୁନରୁଦ୍ଧାର ଓ ବିଶୋଧନ କାର୍ଯ୍ୟ ସରିଛି। ଏହାର ସଫଳତା ହାର ୬୮.୪୧ ପ୍ରତିଶତ ରହିଛି।

ଜରୁରୀକାଳୀନ ପାନୀୟ ଜଳ

ଯୋଗାଣ ପାଇଁ ମୋଟ ୨୯୨ଟି ଜଳ ଟ୍ୟାଙ୍କର ନିୟୋଜିତ କରାଯାଇଛି। ଏଥିରେ ବ୍ରହ୍ମପୁର ମହାନଗର ନିଗମ

ପାଇଁ ୨୩ଟି ଏବଂ ଆସ୍କା ପୌରାଞ୍ଚଳ ପାଇଁ ୭ଟି ଟ୍ୟାଙ୍କର ରହିଛି।

ଏହାବ୍ୟତୀତ ୮୦ଟି ସିଣ୍ଟେକ୍ସ

ଟାଙ୍କି ଏବଂ ୮୭ଟି ଡିଜି ସେଟ୍ ମଧ୍ୟ ନିୟୋଜିତ ହୋଇଛି। ଜଳ ବିଶୋଧନ ଓ ଯୋଗାଣ ବ୍ୟବସ୍ଥାକୁ ଅଧିକ

ସୁଦୃଢ଼ କରିବା ପାଇଁ ୧୨ଟି ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ ମୁତୟନ କରାଯାଇଛି। ଏଥିମଧ୍ୟରୁ ୨ଟି

ବ୍ରହ୍ମପୁର ମହାନଗର ନିଗମ ଏବଂ ଗୋଟିଏ ଆସ୍କା ପୌରାଞ୍ଚଳରେ ନିୟୋଜିତ ହୋଇଛି।

ପ୍ରଶାସନିକ ତଥ୍ୟ ଅନୁଯାୟୀ,

ଏପର୍ଯ୍ୟନ୍ତ ୪ ଲକ୍ଷ ୫୫ ହଜାର ପ୍ୟାକେଟ୍ ପାନୀୟ ଜଳ

ବୋତଲ ଏବଂ ୩ ଲକ୍ଷ ୨୦ ହଜାର ପାଣି ପାଉଚ୍ ବଣ୍ଟନ କରାଯାଇଛି। ଏଥିସହ ଆବଶ୍ୟକତା ଅନୁଯାୟୀ ବଣ୍ଟନ

ପାଇଁ ଆଉ ୪ ଲକ୍ଷ ୩ ହଜାର ପ୍ୟାକେଟ୍ ପାନୀୟ ଜଳ ବୋତଲ ମହଜୁଦ ରଖାଯାଇଛି। ଅନ୍ୟପକ୍ଷରେ,

ସମସ୍ତ ଜଳ ଉତ୍ସର ବିଶୋଧନ କାର୍ଯ୍ୟ ଏବେ ମଧ୍ୟ ଜାରି

ରହିଛି। ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା

ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande