ଭକ୍ତି, କର୍ତ୍ତବ୍ୟ ଓ ଜନସହଯୋଗର ଅନନ୍ୟ ଉଦାହରଣ କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ଭସାଣି; ଜନସାଧାରଣଙ୍କୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ କୃତଜ୍ଞତା
ଭୁବନେଶ୍ୱର/କେନ୍ଦ୍ରାପଡ଼ା, 3 ନଭେମ୍ବର (ହି.ସ): ଖାକି ପୋଷାକର କର୍ତ୍ତବ୍ୟ ଭିତରେ ଯେତେବେଳେ ଭକ୍ତିର ଭାବନା ମିଶିଯାଏ, ସେତେବେଳେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ଆତ୍ମୀୟ ହୋଇଉଠେ। କେନ୍ଦ୍ରାପଡ଼ାର ଐତିହାସିକ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଏହାର ଏକ
ଭକ୍ତି,   କର୍ତ୍ତବ୍ୟ ଓ ଜନସହଯୋଗର ଅନନ୍ୟ ଉଦାହରଣ     କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ଭସାଣି; ଜନସାଧାରଣଙ୍କୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ କୃତଜ୍ଞତା


ଭୁବନେଶ୍ୱର/କେନ୍ଦ୍ରାପଡ଼ା,

3 ନଭେମ୍ବର (ହି.ସ): ଖାକି ପୋଷାକର କର୍ତ୍ତବ୍ୟ ଭିତରେ ଯେତେବେଳେ ଭକ୍ତିର ଭାବନା ମିଶିଯାଏ,

ସେତେବେଳେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ

ଆହୁରି ଆତ୍ମୀୟ ହୋଇଉଠେ। କେନ୍ଦ୍ରାପଡ଼ାର ଐତିହାସିକ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଏହାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। ହଜାର ହଜାର

ଶ୍ରଦ୍ଧାଳୁଙ୍କ ଭାବାବେଗ, ପ୍ରଶାସନର

ଶୃଙ୍ଖଳିତ ପରିଚାଳନା, ପୋଲିସର ନିଷ୍ଠାପର

ସେବା ଏବଂ ସାଧାରଣ ଜନତାଙ୍କ ଅଭୂତପୂର୍ବ ସହଯୋଗ ଫଳରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି

ଏହି ମହୋତ୍ସବ। ଏହି ସଫଳତା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ଜନସାଧାରଣ,

ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପୂଜା କମିଟି,

ସ୍ୱେଚ୍ଛାସେବୀ ଓ ସମସ୍ତ ସହଯୋଗୀଙ୍କୁ ହୃଦୟରୁ

କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ରାପଡ଼ାର ୧୦୦ ବର୍ଷର

ଗୌରବମୟ ଲକ୍ଷ୍ମୀପୂଜା ପରମ୍ପରା ଏବର୍ଷ ଅଧିକ ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଥିଲା।

ସହରର ୬୮ଟି ମେଢ଼ ସମେତ ବିଭିନ୍ନ ଅଞ୍ଚଳରେ ଆୟୋଜିତ ପୂଜା ଓ ଭସାଣି ଉତ୍ସବରେ ବିପୁଳ ଜନସମାଗମ

ହୋଇଥିଲା। ଏତେ ବଡ଼ ଧାର୍ମିକ ଆୟୋଜନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ୩୦ରୁ ଅଧିକ

ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଇଜି ଡଃ ସତ୍ୟଜିତ ନାୟକ ଓ କେନ୍ଦ୍ରାପଡ଼ା

ଏସ୍ପି ସିଦ୍ଧାର୍ଥ କାଟାରିଆ ନିଜେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଏହି ଉତ୍ସବର ଏକ

ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ଯେତେବେଳେ ଆଇଜି ଡଃ ନାୟକ ଓ ଏସ୍ପି ଶ୍ରୀ କାଟାରିଆ ସମସ୍ତ

ଔପଚାରିକତା ଛାଡ଼ି ଖାଲି ପାଦରେ ଭକ୍ତଙ୍କ ସହ ମା’ ଗଜଲକ୍ଷ୍ମୀଙ୍କ ମେଢ଼ କାନ୍ଧରେ ବୋହି ଭସାଣିରେ ସାମିଲ ହୋଇଥିଲେ। ଏହି ଦୃଶ୍ୟ କର୍ତ୍ତବ୍ୟ

ସହିତ ଭକ୍ତି ଓ ଜନସାଧାରଣଙ୍କ ସହ ଆତ୍ମିକ ସମ୍ପର୍କର ଏକ ନିଆରା ପରିଚୟ ଦେଇଥିଲା।

ଡଃ ନାୟକ କହିଛନ୍ତି ଯେ,

ଯେକୌଣସି ବଡ଼ ଉତ୍ସବର ସଫଳତା କେବଳ ପ୍ରଶାସନ କିମ୍ବା

ପୋଲିସର ଉଦ୍ୟମରେ ସମ୍ଭବ ନୁହେଁ; ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଓ ଆସ୍ଥା ସବୁଠାରୁ ବଡ଼ ଶକ୍ତି। କେନ୍ଦ୍ରାପଡ଼ାବାସୀ

ଶୃଙ୍ଖଳା, ଧୈର୍ଯ୍ୟ,

ସହନଶୀଳତା ଓ ସହଯୋଗର ଯେଉଁ ପରିଚୟ ଦେଇଛନ୍ତି,

ତାହା ପ୍ରଶଂସନୀୟ। ସେ ଜିଲ୍ଲା ପ୍ରଶାସନ,

ପୋଲିସ ପ୍ରଶାସନ, ମାଜିଷ୍ଟ୍ରେଟ୍, ପୋଲିସ କର୍ମଚାରୀ,

ପୂଜା କମିଟି, ସ୍ୱେଚ୍ଛାସେବୀ ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କ ନିଷ୍ଠାପର ସେବାକୁ ଉଚ୍ଚ ପ୍ରଶଂସା

କରିଛନ୍ତି। ତାଙ୍କ ମତରେ, ପୋଲିସର ପ୍ରକୃତ

ସଫଳତା କେବଳ ଆଇନଶୃଙ୍ଖଳା ରକ୍ଷାରେ ନୁହେଁ, ବରଂ ଲୋକଙ୍କ ଆସ୍ଥା ଜିତିବା, ସେମାନଙ୍କ ଭାବନାକୁ ସମ୍ମାନ ଦେବା ଓ ସାମାଜିକ ସଦ୍ଭାବ ବଜାୟ ରଖିବାରେ ରହିଛି।

କେନ୍ଦ୍ରାପଡ଼ାର ଏହି ଶାନ୍ତିପୂର୍ଣ୍ଣ ଭସାଣି ଉତ୍ସବ ପ୍ରମାଣ କରିଛି ଯେ ପୋଲିସ,

ପ୍ରଶାସନ ଓ ଜନସାଧାରଣ ଏକାଠି ହେଲେ ଯେକୌଣସି ବଡ଼

ଆୟୋଜନକୁ ସୁରକ୍ଷିତ ଓ ଶୃଙ୍ଖଳିତ କରାଯାଇପାରିବ। କର୍ତ୍ତବ୍ୟ,

ଭକ୍ତି ଓ ଜନସହଯୋଗର ଏହି ମହାମିଳନ କେନ୍ଦ୍ରାପଡ଼ାର

ଉତ୍ସବ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande