
ଭଦ୍ରକ, ୩ ନଭେମ୍ବର (ହି.ସ.) - ଆଦର୍ଶ ଶିକ୍ଷାବିତ୍ ତଥା ବୈଦିକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଆଜିି ବନ୍ତ ବ୍ଲକ ଗଣିଜାଙ୍ଗ ପଚାଂୟତ ବଗଦାକାଶୀପୁର ଠାରେ ପାଳିିତ ହୋଇଯାଇଛି । ଶିକ୍ଷକ ଶ୍ରୀକାନ୍ତ ପଣ୍ଡାଙ୍କ ଆବାହକତ୍ୱରେ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର ସ୍ମୃତି ସଭାକୁ ପୌରହିତ୍ୟ କରିଥିଲେ । ଗାୟକ ଗୋବିିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, କବି ଚର୍ତୁଭୁଜ ପହି,ଶିକ୍ଷାବିତ୍ ଓ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା,ଆଦର୍ଶ ଶିକ୍ଷକ ଖଗେଶ୍ୱର ପଣ୍ଡା, କୃଷ୍ଣଚନ୍ଦ୍ର ପରିଡା, କଳାକାର ମିଶ୍ର, ହରିହର ପାଣିଗ୍ରାହୀ,ସମାଜସେବୀ ଶିବନାରାୟଣ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଜଣେ ବିଦ୍ୱାନ ଓ କର୍ମକାଣ୍ଡ ପଣ୍ଡିତ ଭାବେ ସର୍ବେ ଜନାଦୃତ ଥିବା ବେଳେ ବୈଦିକ ମନ୍ତ୍ର ଉଚ୍ଚାରଣ ଏବଂ ନିୟମାନୁସାରେ ସଠିକ୍ ଯଜ୍ଞ କର୍ମ ସମ୍ପାଦନରେ ସେ ସମ୍ପୂର୍ଣ୍ଣ ଧୂରିଣ ଥିଲେ ବୋଲି ବକ୍ତା ମାନେ ମତପୋଷଣ କରିଥିଲେ । ଜନଗଣନା କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣ ପଦକ ଲାଭ କରିବା ଭଳି ବ୍ୟକ୍ତି ଆମ ଅଚଂଳରେ ସେ ପ୍ରଥମ ଥିବା ବେଳେ ତାଙ୍କ ପଦାଙ୍କ ଅନୁସରଣ କରି ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ କହିଥିଲେ ଅତିଥି । ଏହିଅବସରରେ ‘କୃଷ୍ଣାୟନ’ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ କୁମାର ଜେନା, ପଦ୍ମନାଭ ରାଉତ, ରତ୍ନାକର ଦାଶ, ଉପେନ୍ଦ୍ର କୁମାର ବିଶ୍ୱାଳ, ପଣ୍ଡିତ ନରହରି ଦାସ, କୈଳାସ ଚନ୍ଦ୍ର ଚଢାଇ, ଗୌତମ ଦାସ, ବିଦ୍ୟାଧର ପାଣି, ଦେବେନ୍ଦ୍ର ପଣ୍ଡା, ଚର୍ତୁଭୂଜ ତ୍ରିପାଠୀ , ବିଷ୍ଣୁ ମୋହନ ପଣ୍ଡା, ଗୋପିନାଥ ପଣ୍ଡା ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ସ୍ୱର୍ଗତ କୃଷ୍ଣଚନ୍ଦ୍ରଙ୍କ ପ୍ରତିମୂର୍ତୀକୁ ଅନାବରଣ କରି ନିରବ ପ୍ରାର୍ଥନା କରିଥିଲେ । ପରିବାରର ପ୍ରଦ୍ୟୁମ୍ନ ପଣ୍ଡା, ସହଦେବ ପଣ୍ଡା, ସୂର୍ଯ୍ୟନାରାୟଣ ପଣ୍ଡା, ରବିନାରାୟଣ କର, ଅନୂସୟା କର, ବଦ୍ରିନାରାୟଣ ପଣ୍ଡା, ବିଷ୍ଣୁମୋହନ ପଣ୍ଡା, ଗୋପିନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ