ବରିଷ୍ଠ ସାମ୍ବାଦିକ ଅରୁଣ ଦାଶଙ୍କ ବିୟୋଗରେ ସ୍ମୃତିଚାରଣ ସଭା
ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ଦାଶଙ୍କ ବିୟୋଗରେ ମଙ୍ଗଳବାର ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜଠାରେ ଏକ ସ୍ମୃତିଚାରଣ ସଭା ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜଣେ ସତ୍ୟନିଷ୍ଠ, ସ୍ୱାଭିମାନୀ ସାମ୍ବା
huftyj


ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ଦାଶଙ୍କ ବିୟୋଗରେ ମଙ୍ଗଳବାର ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜଠାରେ ଏକ ସ୍ମୃତିଚାରଣ ସଭା ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜଣେ ସତ୍ୟନିଷ୍ଠ, ସ୍ୱାଭିମାନୀ ସାମ୍ବାଦିକ ଭାବେ ସ୍ୱର୍ଗତ ଅରୁଣ ଦାଶ ତାଙ୍କର ଉଚ୍ଚମାନର ସ୍ତମ୍ଭଲେଖା ପାଇଁ ସବୁ ମହଲରେ ପରିଚିତ ଥିଲେ। ରାଜ୍ୟ ସରକାରଙ୍କ ଅଧିସ୍ୱୀକୃତୀ ଲାଭ କରିଥିବା ସ୍ୱର୍ଗତ ଦାଶ ‘ସମ୍ବାଦ’ରୁ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରି ବିଭିନ୍ନ ଦୈନିକ ଖବରକାଗଜରେ ସାମ୍ବାଦିକତା କରି ଆସୁଥିଲେ। ବିଭିନ୍ନ ସମସ୍ୟା ସତ୍ତ୍ୱେ ସେ ନିଚ୍ଛକ ସାମ୍ବାଦିକତାରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ କାମ କରି ସୁନାମ ହାସଲ କରିଥିବାରୁ ତାଙ୍କ ସ୍ମୃତିଚାରଣ ସଭାରେ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସ୍ୱର୍ଗତ ଦାଶଙ୍କୁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ତରଫରୁ ଆର୍ଥିକ ସହାୟତା ପ୍ରଦାନ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସାହାଯ୍ୟ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ବିବେକାନନ୍ଦ ଜେନା, ହୃଷିକେଶ ମହାନ୍ତି, ପାର୍ଥସାରଥୀ ଜେନା, ସଞ୍ଜୟ ପ୍ରଧାନ, ଦେବକାନ୍ତ ମହାପାତ୍ର, ପ୍ରିୟ ରଞ୍ଜନ ସାହୁ, ମାଧବ ବେହୁରା, କିଶୋର ମଙ୍ଗରାଜ, ରମେଶ ରାୟ, ସ୍ୱରୂପ ଦାସ, ସୁକାନ୍ତ ମହାନ୍ତି, କିଶୋର ଜେନା, ସ୍ୱରୂପ ମହାନ୍ତି, ସର୍ବେଶ୍ୱର ବର୍ଦ୍ଧନ, ସୂର୍ଯ୍ୟକାନ୍ତ ନାୟକ ସୁରେଶ କର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ସ୍ମୃତିଚାରଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande