
ମାଲକାନଗିରି, ୬ ନଭେମ୍ବର (ହି.ସ.)- ସୋସିଆଲ୍ ମିଡିଆରେ ‘ଜନତା ଗ୍ୟାରେଜ୍’ ନାମକ ଆଇଡି ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ମାଲକାନଗିରି ବିଧାୟକଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ଭାଷା ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମାଲାଭରମ ମଣ୍ଡଳ ବିଜେପି ସଭାପତି ଜୟନ୍ତ କୁମାର ମଜୁମଦାର ଆଜି ଏମଭି-୭୯ ଥାନାରେ ଅଭିଯୋଗ କରି ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଏମଭି-୧୧୨ ଗ୍ରାମର ପ୍ରତାପ ମଣ୍ଡଳଙ୍କ ଦ୍ୱାରା ପରିଚାଳିତ ସୋସିଆଲ୍ ମିଡିଆ ଆକାଉଣ୍ଟରେ ବିଭିନ୍ନ ପୋଷ୍ଟ, ଭିଡିଓ ଓ କମେଣ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଏହି ଘଟଣାର ନିରପେକ୍ଷ ତଦନ୍ତ, ଡିଜିଟାଲ୍ ପ୍ରମାଣ ସଂରକ୍ଷଣ ଓ ପ୍ରଯୁଜ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଜୟନ୍ତ ଦାବି କରିଛନ୍ତି। ଏଥିସହ ଅଭିଯୋଗ ଉପରେ ପୋଲିସର ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ ମଧ୍ୟ ନିବେଦନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ