

ସୁବର୍ଣପୁର, ୦୬ ନଭେମ୍ବର (ହି.ସ.) ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପର ଦ୍ୱିତୀୟ ଦିବସରେ ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକନୃତ୍ୟ ଓ ଲୋକସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା ଯୋଗଦେଇଥିବାବେଳେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଦେବାଶିଷ ସିଂ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।
“ନିଶାମୁକ୍ତ ଯୁବ, ବିକଶିତ ଭାରତ ପାଇଁ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଏହି ଅନୁଭୂତିକୁ ସ୍ମରଣୀୟ ଓ ଜ୍ଞାନବର୍ଦ୍ଧକ ବୋଲି ପ୍ରକାଶ କରିଥିଲେ।
ଲୋକନୃତ୍ୟ ପ୍ରତିଯୋଗିତାରେ ସନ୍ତୁଷୁନି ଦଳ ପ୍ରଥମ, ମାହେଶ୍ୱରୀ କଳା ପରିଷଦ ବିନିକା ଦ୍ୱିତୀୟ ଏବଂ ରୁମକୁ ଝୁମା ବିନିକା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଲୋକସଙ୍ଗୀତ ପ୍ରତିଯୋଗିତାରେ ମାହେଶ୍ୱରୀ ଦଳ ପ୍ରଥମ, ସ୍ୱର୍ଣ୍ଣଲେଖା ଦଳ ଦ୍ୱିତୀୟ ଏବଂ ବଜନିଆ ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ