



ସମ୍ବଲପୁର, ୦୬, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ସଂଚୟ ଓ ଆର୍ôଥକ ସେବା ବିଭାଗ ପକ୍ଷରୁ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ପରିସରରେ ମିତବ୍ୟୟିତ, ସଂଚୟ, ସତର୍କତା ଓ ସଚେତନତା ସମ୍ପର୍କିତ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଚୟ ଓ ଆର୍ôଥକ ସେବା ସହ ନିର୍ଦେଶକ ନୀଳାଂଚଳ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକ୍ତୃତା ପ୍ରତିଯୋଗିତାରେ ସମ୍ବଲପୁରର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।
ପ୍ରାରମ୍ଭିକ ସୂଚନା ଦେଇ, ଶ୍ରୀ ସେଠୀ କହିଲେ ଯେ, ଆଜିର ଜୀବନରେ ସଂଚୟର ଅନେକ ଆବଶ୍ୟକତା ରହିଛି । ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସଂଚୟର ଆବଶ୍ୟକତା ବହୁତ ରହିଛି । ତେଣୁ ମିତବ୍ୟୟିତାକୁ ସୁପ୍ରବନ୍ଧନ କରିବା ସହ ପ୍ରତ୍ୟେକ ସଂଚୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏଥିସହ ଆଜିର ଦିନରେ ସାଇବର ଠକେଇର ବ୍ୟାପକତା ଯେପରି ଭାବରେ ବଢି ଚାଲିଛି ସେଥିପାଇଁ ନିଜକୁ ସୁରକ୍ଷିତ ରଖିବା ଓ ଏ ସମ୍ପର୍କରେ ସଚେତନ ହେବା ସହ ଯତ୍ନବାନ ହେବା ଜରୁରୀ ବୋଲି ଶ୍ରୀ ସେଠୀ ସତର୍କ କରାଇଥିଲେ କ୍ଷ ଆଜିର
ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ଭାବରେ ତ୍ରିଲୋଚନ ତ୍ରିପାଠୀ, ସାମ୍ବାଦିକ ଶଙ୍କର ବେହେରା ଓ ସମାଜସେବୀ ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଜୀବନ ଶୈଳୀ ଶୃଙ୍ଖଳିତ କରିବା ସହ ସୁରକ୍ଷିତ ଭବିଷ୍ୟତ ଗଢିବା ପାଇଁ ସଂଚୟ ପ୍ରତି ଆଗ୍ରହି ହେବା ଅତ୍ୟନ୍ତ ଜରୁରୀ ବୋଲି ସଚେତନ କରିଥିଲେ । ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ସେଂଟ ଜୋସେଫ କନଭେଂଟ ସ୍କୁଲର ଆର୍ଯ୍ୟମେଶ ପାଣିଗ୍ରାହୀ (ପ୍ରଥମ ), ସରକାରୀ ବାଳିକା ବିଦ୍ୟାଳୟ, ବାଲିବନ୍ଧ ର ସୋଫିଆ ମଲ୍ଲିକ ( ଦ୍ୱିତୀୟ ) ଓ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଧନୁପାଲି ର ଜୋୟା ଖାନ ( ତୃତୀୟ ) ହୋଇଥିଲେ ।
ଆଗାମୀ ଦିନରେ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍ôଥକ ସଚେତନତା କାର୍ଯ୍ୟକ୍ରମରେ ଆଜିର ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସହ ନିର୍ଦେଶକ ଶ୍ରୀ ସେଠୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିନୀତ କୁମାର ପ୍ରଧାନ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ