
ଭୁବନେଶ୍ବର , 06 ନଭେମ୍ବର (ହି.ସ.) - ଧନତେରସ ଅବସରରେ ରାଜଧାନୀର ସବୁ ସୁନା ଦୋକାନରେ ଦେଖିବାକୁ ମିଳିଛି ଭିଡ଼। କିଏ ସୁନା ମୁଦି, କାନଫୁଲ, ଚେନ୍ ଓ ହାର କିଣୁଥିବା ବେଳେ ଆଉ କେହି ରୁପା ମୁଦ୍ରା ଓ ବାସନକୁସନ କିଣିବାକୁ ପସନ୍ଦ କରୁଛନ୍ତି। ବହୁ ପୁରାତନ କାଳରୁ ବିଶ୍ୱାସ ରହିଛି ଯେ ଧନତେରସ ଦିନ ସୁନା, ରୁପା କିମ୍ବା ନୂଆ ସାମଗ୍ରୀ କିଣିଲେ ଘରେ ସୁଖ, ସମୃଦ୍ଧି ଓ ଧନବୃଦ୍ଧି ହୋଇଥାଏ।
ଆଜି ଧନତେରସ ପାଇଁ ୨୨ କ୍ୟାରେଟ ୧୦ ଗ୍ରାମ ସୁନାର ଦାମ୍ ୧ଲକ୍ଷ ୩୧ ହଜାର ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ଦାମ୍ ୧ ଲକ୍ଷ ୪୩ ହଜାର ୪୫୦ଟଙ୍କା ରହିଛି। ତେବେ ଆଜି ଧନତେରସ ପାଇଁ ସୁନା ଦର ଅଢ଼େଇ ହଜାର ଟଙ୍କା କମିଛି। ତେଣୁ ଧନତେରସରେ ଗ୍ରାହକଙ୍କ ମଧ୍ୟରେ ଉତ୍ସା ଦ୍ୱିଗୁଣିତ ହୋଇଛି। ଅନ୍ୟପଟେ ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ନୂଆ ଡ଼ିଜାଇନ୍ ସହିତ ଆକର୍ଷଣୀୟ ଅଫର ମଧ୍ୟ ରଖିଛନ୍ତି। କିଛି ଅଳଙ୍କାର ଦୋକାନୀ ଗଢା ମଜୁରୀ ଉପରେ ରିହାତି ପ୍ରଦାନ କରୁଥିବାବେଳେ ହୀରା ଅଳଙ୍କାର କ୍ରୟ ଉପରେ ସ୍ଵତନ୍ତ୍ର ଅଫର ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା