ଆସୁଛି ଆଲୋକର ପର୍ବ ଦୀପାବଳି
ଭୁବନେଶ୍ବର , 06 ନଭେମ୍ବର (ହି.ସ.) ଆସୁଛି ଆଲୋକର ପର୍ବ ଦୀପାବଳି। ହାତରେ ଆଉ ଗୋଟିଏ ଦିନ। ଆଲୋକମୟ ହେବ ପରିବେଶ। ଦୀପ ଏବଂ ରଙ୍ଗିନ ଆଲୋକ ମଳରେ ସଜେଇ ହେବ ଘର ଦୁଆର। ସେହିପରି ବିଭିନ୍ନ ପ୍ରକାରର ବାଣର ପସରା ମେଲିଛି ବରମୁଣ୍ଡା ପଡ଼ିଆରେ। ପ୍ରାୟ ୫୦ ଟି ଦୋକାନରେ ରହିଛି ଝୁରଝୁରି,ଚକ୍ରୀ,ରକେଟ୍ ,ସ୍କ
ଆସୁଛି ଆଲୋକର ପର୍ବ ଦୀପାବଳି


ଭୁବନେଶ୍ବର , 06 ନଭେମ୍ବର (ହି.ସ.) ଆସୁଛି ଆଲୋକର ପର୍ବ ଦୀପାବଳି। ହାତରେ ଆଉ ଗୋଟିଏ ଦିନ। ଆଲୋକମୟ ହେବ ପରିବେଶ। ଦୀପ ଏବଂ ରଙ୍ଗିନ ଆଲୋକ ମଳରେ ସଜେଇ ହେବ ଘର ଦୁଆର। ସେହିପରି ବିଭିନ୍ନ ପ୍ରକାରର ବାଣର ପସରା ମେଲିଛି ବରମୁଣ୍ଡା ପଡ଼ିଆରେ। ପ୍ରାୟ ୫୦ ଟି ଦୋକାନରେ ରହିଛି ଝୁରଝୁରି,ଚକ୍ରୀ,ରକେଟ୍ ,ସ୍କାଏ ସଟ୍ସ,ତାଳଫୋଟକ ପରି ଭଳି କି ଭଳି ବାଣ। ତେବେ ବାଣ ବିକ୍ରି ପୂର୍ବରୁ ପ୍ରଶାସନ ବିଭିନ୍ନ ଗାଇଡଲାଇନ୍ ଜାରି ହୋଇଥିଲା। ଭୁବନେଶ୍ୱର ବାସୀଙ୍କୁ ଗ୍ରୀନ୍ କ୍ରାକର୍ସ ସହ ଗ୍ରୀନ୍ ଦୀପାବଳି ପାଳନ କରିବାକୁ ଅପିଲ୍ କରିଛନ୍ତି ବିଏମ୍ସି ମେୟର। ଏପରିକି ଆଜି ଫାୟାର ସେଫ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ବାଣ ଦୋକାନରେ ନିଆଁ ଲାଗିଲେ କିପରି ତୁରନ୍ତ ନିଆଁ କୁ ଆୟତ କରିବେ ସେ ନେଇ ଏକ ଲାଇଭ ଡେମୋଷ୍ଟ୍ରସନ କରାଯାଇଥିଲା। ଏହା ସହିତ ଦୋକାନମାନେ ମଧ୍ୟ ଫାୟାର ସେପ୍ଟି ଇନ୍ଷ୍ଟ୍ରୁମେଣ୍ଟ ସାହାଯ୍ୟରେ ନିଆକୁ ଆୟତ କରିବାର ପ୍ରଶିକ୍ଷଣ ନେଇଥିଲ। ଏପରିକି ଯଦି ଜାରି ହୋଇଥିବା ଗାଇଡଲାଇନ୍ସ କୁ କେହି ଅବବାମନ କରନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାସହିତ ଦୋକାନର ଚତୁର୍ପାର୍ଶ୍ୱରେ ଟିଣ ଲଗାଇବା ସାଙ୍ଗକୁ ଦୋକାନରେ ଫାୟାର ସେଫ୍ଟୀ ଇନଷ୍ଟ୍ରୁ ମେଣ୍ଟ ରଖାଯାଇଛି। ଏପରିକି ଆଜି ନିଆଁ ଲାଗିବା ସମୟରେ କିପରି ନିଆଁ କୁ ଆୟତ୍ତ କରାଯାଇ ପାରିବ ସେ ନେଇ ପ୍ରଶିକ୍ଷଣ ଫାୟାର ସେଫ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଦେବା ପରେ ସେମାନେ ଅଧିକ ସଜାଗ ହୋଇଛନ୍ତି। ଯେପରି କେହି ଦୋକାନ ଆଗରେ ବାଣ ନ ଫୁଟାଇବେ, ବାଣ ବିକ୍ରି ସମୟରେ ଏହାର ମାନ ମଧ୍ୟ ଚେକ୍ କରି ଦିଆଯିବ।

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande