ବେଆଇନ ବାଣ କାରଖାନା ଉପରେ ପୋଲିସର ଅତର୍କିତ ଚଢ଼ାଉ , 50 ହଜାର ଟଙ୍କାର ବାଣ ଜବତ , ଜଣେ ଗିରଫ
ଭୁବନେଶ୍ବର , 06 ନଭେମ୍ବର (ହି.ସ.) - ରାଜଧାନୀ ଉପକଣ୍ଠ ବ୍ରହ୍ମକୁଣ୍ଡଳ ରେ ଦୀର୍ଘଦିନ ଧରି ଚାଲିଥିଲା ବେଆଇନ ବାଣ ତିଆରି କାରଖାନା। ଘର ଭିତରେ ବାଣ ପ୍ରସ୍ତୁତି ଚାଲିଥିବା ସୂଚନା ଆଧାରରେ ଏୟାରଫିଲ୍ଡ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଣ ତିଆରିରେ ବ୍ୟବହୃତ ଗୋଡ଼ି, ମାଟି, ବ
ବେଆଇନ ବାଣ କାରଖାନା ଉପରେ ପୋଲିସର ଅତର୍କିତ ଚଢ଼ାଉ , 50 ହଜାର ଟଙ୍କାର ବାଣ ଜବତ , ଜଣେ ଗିରଫ


ଭୁବନେଶ୍ବର , 06 ନଭେମ୍ବର (ହି.ସ.) - ରାଜଧାନୀ ଉପକଣ୍ଠ ବ୍ରହ୍ମକୁଣ୍ଡଳ ରେ ଦୀର୍ଘଦିନ ଧରି ଚାଲିଥିଲା ବେଆଇନ ବାଣ ତିଆରି କାରଖାନା। ଘର ଭିତରେ ବାଣ ପ୍ରସ୍ତୁତି ଚାଲିଥିବା ସୂଚନା ଆଧାରରେ ଏୟାରଫିଲ୍ଡ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଣ ତିଆରିରେ ବ୍ୟବହୃତ ଗୋଡ଼ି, ମାଟି, ବାରୁଦ ସମେତ ବିଭିନ୍ନ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରାଯାଇଛି ।ପ୍ରାୟ 50 ହଜାର ଟଙ୍କାର ବାଣ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଚିତ୍ତରଞ୍ଜନ ଜେନା । ଜନବସତି ମଧ୍ୟରେ ଏଭଳି ବିପଜ୍ଜନକ କାରବାର ଚାଲିଥିବା ଘଟଣାକୁ ନେଇ ଉଠିଛି ପ୍ରଶ୍ନ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande