ଝାରସୁଗୁଡ଼ାରେ ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍–୨୦୨୭’ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦ୍ଘାଟିତ
Bikasit Bharat program held
ଝାରସୁଗୁଡ଼ାରେ ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍–୨୦୨୭’ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦ୍ଘାଟିତ


ଝାରସୁଗୁଡ଼ା, ୬ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍–୨୦୨୭’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ଟ୍ରାକ୍ ପ୍ରତିଯୋଗିତା ଆଜି ସ୍ଥାନୀୟ ଏମ୍ସିଏଲ୍ ଅଡିଟରିୟମଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମ ନଭେମ୍ବର ୬ ଓ ୭ ତାରିଖରେ ଅନୁଷ୍ଠିତ ହେଉଛି।

‘ନିଶାମୁକ୍ତ ଯୁବ ହିଁ ବିକଶିତ ଭାରତ’ ବିଷୟବସ୍ତୁକୁ ଆଧାର କରି ୧୫ରୁ ୨୯ ବର୍ଷ ବୟସର ଯୁବପିଢ଼ିଙ୍କ ମଧ୍ୟରେ ସୃଜନଶୀଳତା, କଳାତ୍ମକ ପ୍ରତିଭା ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରସାର ନିମନ୍ତେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିରେ ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ, ନୁକ୍କଡ଼ ନାଟକ ଓ କବିତା ଲିଖନ ଆଦି ପାଞ୍ଚଟି ବିଭାଗରେ ପ୍ରତିଯୋଗିତା ହେଉଛି।ଏଥିରେ ଅଂଶଗ୍ରହଣକାରି ପୂର୍ବରୁ ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିଥିଲେ lଆଜି ପ୍ରଥମ ଦିବସରେ ଏକକ ପ୍ରତିଯୋଗିତା ସହିତ ନୁକ୍କଡ଼ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ, କବିତା ଲିଖନ ଓ ନୁକ୍କଡ଼ ନାଟକ ବିଭାଗରେ ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ,କଳାକାର ଓ ବୁଦ୍ଧିଜୀଵୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟଅତିଥି ଏବଂ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ଓ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୋମେଶ ଆଚାର୍ଯ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାର ସଠିକ୍ ଓ ନିରପେକ୍ଷ ମୂଲ୍ୟାୟନ ନିମନ୍ତେ ବିଚାରକ ଭାବେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁରଙ୍ଗ ପଧାନ, ଡ. ପୁଷ୍ପଶ୍ରୀ ନାୟକ, ଶିକ୍ଷକ ମଙ୍ଗଳ ପ୍ରସାଦ ଭୋଇ, କଳା ଶିକ୍ଷକ ମନୋଜ ମହାପାତ୍ର, ସମୀର ପଶାୟତ, ଶ୍ରୀମନ୍ତ କୁମାର ମେହେର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ସୁବାଷ ଚନ୍ଦ୍ର ପଧାନ ଓ ନାଟ୍ୟଗୁରୁ ସନ୍ତୋଷ ଦାଶ ପ୍ରମୁଖ ଯୋଗଦେଇ ମୂଲ୍ୟାୟନ କାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମରେ କନିଷ୍ଠ ରାଜସ୍ବ ସହାୟକ ହେମକାନ୍ତ ବାଘ, କର୍ମଚାରୀ ଆଲିସ ପଟେଲ, ରାଜେଶ ସେଠ,ମାଇଁ ଭାରତ, ଝାରସୁଗୁଡା ଶାଖାର ସଦସ୍ୟ ମାନେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande