ଡ୍ରୋନ୍ ଓ ହାଇଟେକ୍ କ୍ୟାମେରା ସହାୟତାରେ ଏକ ଏକର ଜମିରୁ ନଷ୍ଟ ହେଲା ୧୦୦୦ ଗଞ୍ଜେଇ ଗଛ
ମାଲକାନଗିରି, ୦୬ ନଭେମ୍ବର(ହି.ସ.) – ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିଶା ନିବାରଣ ଅଭିଯାନ''କୁ ସଫଳ କରିବା ଦିଗରେ କାଲିମେଳା ପୋଲିସର ଜୋରଦାର ପଦକ୍ଷେପ। ମାଲକାନଗିରି ଏସ୍ପିଙ୍କ ପ୍ରେରଣା ଓ ନିର୍ଦ୍ଦେଶନାରେ ଆଧୁନିକ ଜ୍ଞାନକୌଶଳ, ହାଇଡେଫିନେସନ୍ କ୍ୟାମେରା ଏବଂ ଡ୍ରୋନ୍ ସହାୟତା
ଡ୍ରୋନ୍ ଓ ହାଇଟେକ୍ କ୍ୟାମେରା ସହାୟତାରେ ଏକ ଏକର ଜମିରୁ ନଷ୍ଟ ହେଲା


ମାଲକାନଗିରି, ୦୬ ନଭେମ୍ବର(ହି.ସ.) – ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିଶା ନିବାରଣ ଅଭିଯାନ'କୁ ସଫଳ କରିବା ଦିଗରେ କାଲିମେଳା ପୋଲିସର ଜୋରଦାର ପଦକ୍ଷେପ। ମାଲକାନଗିରି ଏସ୍ପିଙ୍କ ପ୍ରେରଣା ଓ ନିର୍ଦ୍ଦେଶନାରେ ଆଧୁନିକ ଜ୍ଞାନକୌଶଳ, ହାଇଡେଫିନେସନ୍ କ୍ୟାମେରା ଏବଂ ଡ୍ରୋନ୍ ସହାୟତାରେ ଗଞ୍ଜେଇ ଚାଷ ଚିହ୍ନଟ କରିବାରେ ସଫଳ ହୋଇଛି ପୋଲିସ।

ଗତକାଲି କାଲିମେଳା ଥାନା ଅନ୍ତର୍ଗତ ରାସବେଡ଼ା ଅଂଚଳରେ ପ୍ରାୟ ଏକ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ୧୦୦୦ ଗଞ୍ଜେଇ ଗଛକୁ ପୋଲିସ ଚିହ୍ନଟ କରି ନଷ୍ଟ କରିଛି। ଏନେଇ କାଲିମେଳା ଥାନାରେ ଏନ ଡ଼ି ପି ଏସ ଆଇନ ଅନୁଯାୟୀ କେସ୍ ନଂ ୨୭୮, ମାମଲା ରୁଜୁ ହୋଇଛି।

ପୋଲିସର ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ। ଅଂଚଳରେ ଥିବା ସମସ୍ତ ବେଆଇନ ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରି ପର୍ଯ୍ୟାୟକ୍ରମେ ନଷ୍ଟ କରାଯିବ ବୋଲି କାଲିମେଳା ଥାନା ଅଧିକାରୀ ପ୍ରଭୁଦତ ବିଶ୍ୱାଳ ସୂଚନା ଦେଇଛନ୍ତି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ କାଲିମେଳା ପୋଲିସର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି!

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande