ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପ୍ରସାରଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବ - ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ.) - କେନ୍ଦୁଝରସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଏବଂ ନର୍ସିଂ ମହାବିଦ୍ୟାଳୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଭିତିଭୂମିର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।
htyj

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାରା ଶୁକ୍ରବାର ଦିନ କେନ୍ଦୁଝରଠାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଏବଂ ନର୍ସିଂ ମହାବିଦ୍ୟାଳୟର ସମ୍ପ୍ରସାରଣ କାର୍ଯ୍ୟକ୍ରମ ରାଜ୍ୟର ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମୃଦ୍ଧ କରିବା ଦିଗରେ ଏହା ଆମ ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ଏହି ପ୍ରକଳ୍ପ ଅନ୍ତର୍ଗତ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ପାଇଁ ୫୮.୪୦ କୋଟି ଟଙ୍କା ଏବଂ ନର୍ସିଂ କଲେଜ ପାଇଁ ୬୨.୯୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ସହିତ ଏହି ପରିସରରେ ୧୦ କୋଟି ଟଙ୍କା ବ୍ୟୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର, ୩୨କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଏବଂ ସଂରଚିତ ଅସ୍ତ୍ରୋପଚାର କକ୍ଷ ଏବଂ ୫.୮୮ କୋଟି ଟଙ୍କା ବ୍ୟୟରେ କ୍ୟାନସର୍ ସ୍କ୍ରିନିଂ ୟୁନିଟ୍ ଭଳି ଅତ୍ୟାଧୁନିକ ସେବା ମଧ୍ୟ ଯୋଡ଼ାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande