ରାଉରକେଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ଜିଲ୍ଲା ଶିକ୍ଷାଧିକାରୀ
ରାଉରକେଲା, ୬ ନଭେମ୍ବର (ହି.ସ.)- ବେଆଇନ ଭାବେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କୁ ଏକ ବିଦ୍ୟାଳୟ ଓ ସେ ଜାଗାକୁ ଦଖଲ ଓ ସ୍କୁଲ ଘର ମରାମତି କରି ସେମାନଙ୍କ ଅକ୍ତିଆରକୁ ସେ ଜାଗା ଘରକୁ ନେବା ପାଇଁ ରାଉରକେଲା ବ୍ଲକ ଏଜୁକେସନ ଅଫିସର ବେଆଇନ ଭାବେ ଚିଠି କରିବା, ସେ କଥା ଜିଲ୍ଲା ଅଫିସ ନଜାଣିବା ଭଳି ଘ
ରାଉରକେଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ଜିଲ୍ଲା ଶିକ୍ଷାଧିକାରୀ


ରାଉରକେଲା, ୬ ନଭେମ୍ବର (ହି.ସ.)- ବେଆଇନ ଭାବେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କୁ ଏକ ବିଦ୍ୟାଳୟ ଓ ସେ ଜାଗାକୁ ଦଖଲ ଓ ସ୍କୁଲ ଘର ମରାମତି କରି ସେମାନଙ୍କ ଅକ୍ତିଆରକୁ ସେ ଜାଗା ଘରକୁ ନେବା ପାଇଁ ରାଉରକେଲା ବ୍ଲକ ଏଜୁକେସନ ଅଫିସର ବେଆଇନ ଭାବେ ଚିଠି କରିବା, ସେ କଥା ଜିଲ୍ଲା ଅଫିସ ନଜାଣିବା ଭଳି ଘଟଣା ପରେ ଚିଠି ପାଇ ସେ ଗୁଣ୍ଡା ମାନେ ବିଦ୍ୟାଳୟରେ ପହଁଚି, ଲାଇନ କାଟିଦେବା, ପାଇଖାନା ବନ୍ଦ କରିଦେବା ଅଫିସରେ ତାଲା ପକାଇବା ସହ ମହିଳା ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖି ନାନା କଥା କହିବା ମଦ ବୋତଲ, କଣ୍ଡମ ଇତ୍ୟାଦି ସ୍କୁଲ ପରିସରରେ ପକାଇବା ଭଳି ଅଭିଯୋଗ ରାଉରକେଲା ପୁଲିସ ପାଖରେ ପହଁଚି ଥିଲା। କିନ୍ତୁ, ପୁଲିସ ନିରବ ହୋଇରହିଥିଲା। ଏହି ଖବର ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧୀକାରୀଙ୍କ ପାଖରେ ପହଁଚିବା ପରେ ଡିଇଓ ସୁନ୍ଦରଗଡ ରାଉରକେଲା ବିଇଓଙ୍କୁ ତାଗିଦ୍ କରିବା ସହ ମହିଳାଙ୍କୁ ଅସମ୍ମାନ କରି କଥା ହେବା, ସ୍କୁଲ ଭିତରକୁ ଅସାମାଜିକଙ୍କୁ ପଠାଇବା ବ୍ୟବସ୍ଥାର ଅଧିକାର ଆପଣଙ୍କୁ ଦେଲା କିଏ ବୋଲି ପ୍ରଶ୍ନ କରିବା ସହ ଅସାମାଜିକ ମାନଙ୍କୁ ସ୍କୁଲ ଭିତରକୁ ପଶିବାକୁ ଆପଣ କିଭଳି ଅନୁମତିରେ ଚିଠି ଦେଇ କଲେ ବୋଲି ପ୍ରଶ୍ନ କରିବା ସହ ସରକାରୀ ଭାଷାରେ ଅନେକ ଶୁଣାଇଥିଲେ। ପରେ ଏନେଇ କିଛି ସମସ୍ୟା ହେଲେ ନିଜେ ନିଜ କଥା ବୁଝିବ ବୋଲି ଶୁଣାଇଥିବା ବେଳେ ଏହି କଥାକୁ ଡିଇଓ ଅଫିସରେ ଶୁଣୁଥିବା ଲୋକେ ମଧ୍ୟ ରାଉରକେଲା ବିଇଓ ଙ୍କ କାରବାରକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନେକ ପ୍ରଶ୍ନ କରିଛନ୍ତି ବିଇଓ ଙ୍କର ଏଭଳି କାର୍ଯ୍ୟକଳାପ ଲାଗି ଖୋଦ୍ ଡିଇଓ ଅଫିସ ଦାୟୀ ନୁହେଁ କି ? ରାଉରକେଲା ଶିକ୍ଷା ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନ ମାନେ ବେପାର କରି ଲୋକଙ୍କୁ ଶଶୁଥିବା ବେଳେ, ବିଇଓ ଅଫିସ ର କିରାଣୀ ଘରୋଇ ସ୍କୁଲ ଗୁଡିକୁ ଅନୁମତି ଦେଇ ସ୍କୁଲ ପିଛା ୧ ଲକ୍ଷରୁ ୫ ଲକ୍ଷ ଯାଏ ଆଦାୟ କରି ମାଲେମାଲ, ଏଥିରେ ମଧ୍ୟ ଡିଇଓ, ବିଇଓ ଅଫିସ ର ଭାଗ ଥିବା କିରାଣୀ ହାତ ବାଡେଇ କହୁଛନ୍ତି। ରାଉରକେଲା ବିଇଓ ଅଫିସ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲ୍ଲାର ପ୍ରାୟ ସବୁ ବିଇଓ ଅଫିସରେ ସ୍ଥିତି ସମାନ। ଫଳରେ ଶିକ୍ଷାର ମାନ ଏଠି ଶୂନ। ରାଉରକେଲା ବିଇଓ ଅଫିସ ଅଧିନରେ ଥିବା ରାଉରକେଲାର ସାଇଶିଶୁ ମନ୍ଦିର ନାମକ ସ୍କୁଲ ଯାହା ଛେଣ୍ଡରେ ଏକ ସରକାରୀ ଯାଗା ଉପରେ ଚାଲିଛି । ଏହି ସ୍କୁଲକୁ ଚଳାଇବା ଲାଗି ବିଇଓ ଅଫସ ମଧ୍ୟ ୮୦ ହଜାର ନେଇ ଅନୁମତି ପ୍ରଦାନ କରିଥିବା ଅଭିଯୋଗ ହେଉଛି। ବର୍ତମାନ ସେଠାରେ ୨୦୦ ପିଲା ପଢିବା ସହ ୧ମରୁ ୮ମ ଯାଏ କ୍ଲାସ ଚାଲିଛି । ହେଲେ ସ୍କୁଲଟିକୁ ଦଖଲ କରି ସେଠାରେ ନିଜ ବେପାର କରିବାକୁ ଚାହୁଁଥିବା କିଛି ଅସାମାଜିକ ଲୋକ ରାଉରକେଲା ଶିକ୍ଷାଧିକାରୀଙ୍କୁ ଧରି ସେ ସ୍କୁଲ ଏରିଆରେ ନିର୍ମାଣ କାମ କରି ସେ ଯାଗାକୁ ଦଖଲ କରିବା ଲାଗି ଏକ ଚିଠି କରାଇ ନେବା ପରେ ସେହି ଅସାମାଜିକମାନେ ସ୍କୁଲରେ ନାନା ଅସାମାଜିକ କାମ କରିଚାଲିଥିଲେ । ସ୍କୁଲ ସଭାନେତ୍ରୀ ଜୟନ୍ତୀ ଦାସଙ୍କ ସ୍ୱାମୀଙ୍କୁ ମାଡ ମଧ୍ୟ ମାରିଲେ, ଥାନାକୁ ସବୁ କଥା ଗଲା ପରେ ବି ସେମାନେ କିଛି ବୁଝିଲେ ନାହିଁ । ତେବେ ଏହି ଖବର ସୁନ୍ଦରଗଡ ଡିଇଓ ପାଇ ବିଇଓଙ୍କୁ ପ୍ରଶ୍ନ କରିବାରୁ ବିଇଓ ରାଉରକେଲା ସଭାନେତ୍ରୀ ଜୟନ୍ତୀଙ୍କୁ ନେଇ ଖରାପ ମନ୍ତବ୍ୟ ଦେବାରୁ ଡିଇଓ ସୁନ୍ଦରଗଡ ଉତକ୍ଷିପ୍ତ ହୋଇ ମହିଳାଙ୍କୁ ସମ୍ମାନ ଦେଇ ଶିଖ ତା'ପରେ କାମ କରିବ, ନିଜର କ୍ଷମତାକୁ ଅପବ୍ୟବହାର ନକରିବାକୁ ପରାମର୍ଶ ଦେବା ସହ ପିଲା ମାନଙ୍କ ଭବିଷ୍ୟତ ସହ ନଖେଳିବାକୁ ତାଗିଦ୍ କରିଥିବା ଖବର ମିଳିଛି ।

ଏନେଇ ଡିଇଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତର ମିଳିନାହିଁ । ଏହି ଖବର ବେସରକାରୀ ଶିକ୍ଷାନୁଷ୍ଠାନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande