ଧନପୁର ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ
ଜୟପୁର, ୦୬ ନଭେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଧନପୁରସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି। ନିର୍ଦ୍ଧାରିତ କାର୍ଯକ୍ରମ ଅନୁଯାୟୀ ସର୍ବପ୍ରଥ
ଧନପୁର ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ


ଜୟପୁର, ୦୬ ନଭେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଧନପୁରସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି। ନିର୍ଦ୍ଧାରିତ କାର୍ଯକ୍ରମ ଅନୁଯାୟୀ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ଭାବେ ଭିତି ପ୍ରସ୍ତର ସ୍ଥାପନ ହୋଇଥିଲା ଓ ପରେ ପରେ ବିଦ୍ୟାଳୟ ସ୍ତରୀୟ କାର୍ଯକ୍ରମ ଆରମ୍ଭ ହୋଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଓମ୍ପ୍ରକାଶ ମିଶ୍ର ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ତନ୍ମୟୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ସର୍ବପ୍ରଥମେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁମିତା ମହାପାତ୍ର ମୁଖ୍ୟ ଅତିଥି ଓ ସମସ୍ତ ଉପସ୍ଥିତ ଅତିଥିମାନଙ୍କୁ ମଂଚ ଉପରକୁ ସ୍ୱାଗତ କରିଥିଲେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।

ଏହି ଉତ୍ସବରେ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଧନପୁର ପଂଚାୟତର ସରପଂଚ ଶ୍ରୀ ବଳଭଦ୍ର ଗାଦବା, ଧନପୁର ସମିତି ସଭ୍ୟା ଶ୍ରୀମତୀ ମଞ୍ଜୁଳା ଭୂମିଆ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏସ୍ଏମ୍ସି ସଭାପତି ଶ୍ରୀମତୀ ସୂର୍ଯ୍ୟମଣି ଖ୍ରୀଷ୍ଟିୟାନ, ବିଦ୍ୟାଳୟ ଆଲୁମିନି ସଂଘର ସଭାପତି ଶ୍ରୀମତୀ ସୋନାଲୀ ଭୂମିଆ, ପୂର୍ବତନ ଏସ୍ଏମ୍ସି ସଭାପତି ଶ୍ରୀ ଦୟାଦାନ ହରିଜନ, ପୂର୍ବତନ ଏସ୍ଏମ୍ସି ଉପସଭାପତି ଶ୍ରୀ ଧନୁର୍ଜୟ ଗାଦବା ଏବଂ କାଳିଆଗାଁ କ୍ଲଷ୍ଟରର ସିଆର୍ସିସି ଶ୍ରୀ ରାମେଶ୍ୱର ପଣ୍ଡା, ଏଥିସହିତ ଧନପୁର ଗ୍ରାମର ବରିଷ୍ଠ ବ୍ୟକ୍ତି ଶ୍ରୀ ସାହେବ ପରିଚ୍ଛା, ଶ୍ରୀ ନୀଳକଣ୍ଠ ପରିଚ୍ଛା ଏବଂ ବିଦ୍ୟାଳୟର ପ୍ରଥମ ଛାତ୍ର ଶ୍ରୀ ନୀଳାମ୍ବର ଗଣ୍ଡା ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ବିଦ୍ୟାଳୟର ସାମଗ୍ରିକ ବିକାଶ ତଥା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ଓ ଭବିଷ୍ୟତ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଭିତିପ୍ରସ୍ତର ସ୍ଥାପନ ଧନପୁର ଅଂଚଳର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଆଶାର ସଂଚାର କରିଛି। ଏହାଦ୍ୱାରା ଅଂଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଓ ଉନ୍ନତ ଶିକ୍ଷା ପାଇବାର ସୁଯୋଗ ଲାଭ କରିବେ ବୋଲି ଉପସ୍ଥିତ ଅତିଥି ଓ ଗ୍ରାମବାସୀ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଧନପୁର ତଥା ନିକଟବର୍ତୀ ଅଂଚଳର ପ୍ରାୟ ୫୦୦ରୁ ଅଧିକ ଜନ ସମାଗମ ହୋଇଥିଲା।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ରୂପାୟନରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା, ଶ୍ରୀ ଦେବାଶିଷ ଭୋଇ, ଶ୍ରୀମତୀ ସୁଶାନ୍ତି ଖଟେଇ, ଆର୍.ସ୍ୱର୍ଣ୍ଣଲତା, ଶ୍ରୀ ମନୋଜ କୁମାର ମୋହନ୍ତ, ଶ୍ରୀ ବୁଦ୍ଧଦେବ ପ୍ରଧାନ, ଶ୍ରୀମତୀ ମିଥିଳା ବାସ୍କେ, ଶ୍ରୀମତୀ ହୀରାମଣି ନାୟକ, ଶ୍ରୀ ଚିତରଞ୍ଜନ ପଟ୍ଟନାୟକ, ସୁଶ୍ରୀ ନିଶଙ୍କ, ଶ୍ରୀମତୀ ଶର୍ମିଷ୍ଠ ଜେନା , ଶ୍ରୀ କିରଣ କୁମାର ମଣ୍ଡଳ, ସଂଯୁକ୍ତା ବାହାଦୂର ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶିକ୍ଷକ, ଅଭିଭାବକ, ଗ୍ରାମବାସୀ ଓ ବିଦ୍ୟାଳୟର ଶୁଭେଚ୍ଛୁମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିଥିଲା। ପରିଶେଷରେ ବିଦ୍ୟାଳୟର ଶିକ୍ଷକ କିଶୋର କରକରିଆଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande