ଦୀପାବଳି ପୂର୍ବରୁ ପୂର୍ବ ତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଅଗ୍ନି ନିରାପଲା ଅଭିଯାନ
ଭୁବନେଶ୍ୱର,୦୬ ନଭେମ୍ବର(ହି.ସ.) - ଦୀପାବଳି ପର୍ବ ନିକଟତର ହେଉଥିବାରୁ ଅଗ୍ନିକାଣ୍ଡ ରୋକିବା ଏବଂ ଅଗ୍ନି ନିରାପତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବ ତଟ ରେଳପଥ ପକ୍ଷରୁ ନଭେମ୍ବର ୪ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ଜୋନାଲ ନିରାପତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ପୂର୍ବ ତଟ ର
dfgfty


ଭୁବନେଶ୍ୱର,୦୬ ନଭେମ୍ବର(ହି.ସ.) - ଦୀପାବଳି ପର୍ବ ନିକଟତର ହେଉଥିବାରୁ ଅଗ୍ନିକାଣ୍ଡ ରୋକିବା ଏବଂ ଅଗ୍ନି ନିରାପତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବ ତଟ ରେଳପଥ ପକ୍ଷରୁ ନଭେମ୍ବର ୪ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ଜୋନାଲ ନିରାପତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ପୂର୍ବ ତଟ ରେଳପଥର ସମସ୍ତ ଅଂଚଳରେ ପରିଚାଳିତ ହେଉଛି।

ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ରାୟଗଡ଼ା ମଣ୍ଡଳରେ ସମସ୍ତ ବିଭାଗର ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏହି ଅଭିଯାନ ଚାଲିଛି। ସମ୍ଭାବ୍ୟ ଅଗ୍ନିକାଣ୍ଡର କାରଣ ଚିହ୍ନଟ କରିବା, ଅଗ୍ନି ନିର୍ବାପକ ଉପକରଣର ଉପଲବ୍ଧତା ଓ କାର୍ଯ୍ୟକ୍ଷମତା ଯାଂଚ କରିବା ସହ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।

ଯାତ୍ରୀମାନଙ୍କୁ ଟ୍ରେନ୍ରେ ଯାତ୍ରା ସମୟରେ ବାଣ, ଗ୍ୟାସ୍ ସିଲିଣ୍ଡର, ପେଟ୍ରୋଲ, କିରୋସିନ, ଏସିଡ୍ ଏବଂ ଅନ୍ୟାନ୍ୟ ଦହନଶୀଳ ବା ବିପଜ୍ଜନକ ସାମଗ୍ରୀ ନେବାରୁ ବାରଣ କରାଯାଇଛି। ଯାତ୍ରୀବାହୀ ଟ୍ରେନ୍?ରେ ଏଭଳି ନିଷିଦ୍ଧ ସାମଗ୍ରୀ ପରିବହନ କରିବା ରେଳ ଆଇନ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଏବଂ ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। କୌଣସି ସନ୍ଦେହଜନକ ସାମଗ୍ରୀ କିମ୍ବା ନିୟମ ଉଲ୍ଲଂଘନ ଦେଖିଲେ ଯାତ୍ରୀମାନେ ସତର୍କ ରହି ରେଳ କର୍ମଚାରୀଙ୍କୁ ଜଣାଇବା ସହ ରେଳ ହେଲ୍ପଲାଇନ ନମ୍ବର ୧୩୯ରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଏହି ଅଭିଯାନରେ ରେଳ ଅଧିକାରୀମାନେ ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସରକାରୀ ରେଳବାଇ ପୋଲିସ (ଜିଆରପି) ସହ ସମନ୍ୱୟ ରକ୍ଷା କରି ଲଗେଜ ବଗି (ଏସ୍ଏଲ୍ଆର)ରେ ସାମଗ୍ରୀ ଲୋଡ୍ କରିବା ପୂର୍ବରୁ ଯାତ୍ରୀଙ୍କ ଲଗେଜ୍ ଓ ପାର୍ସଲଗୁଡ଼ିକର ଅଚାନକ ଯାଂଚ କରିବେ। ରେଳ ଷ୍ଟେସନ, କୋଚ୍, ପାଂଟ୍ରି କାର୍ ପାୱାର କାର୍ ଓ ଇଞ୍ଜିନ୍ ରେ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଧୂଆଁ ଓ ଅଗ୍ନି ଚିହ୍ନଟ ଆଲାର୍ମ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ମଧ୍ୟ ଯାଂଚ କରାଯିବ।

କୋଚ୍ ଓ ପାଂଟ୍ରି କାର୍ ର ବିଦ୍ୟୁତ୍ ତାର ଏବଂ ନିରାପତା ବ୍ୟବସ୍ଥା ଯାଂଚ କରାଯାଇ ଢିଲା ତାର ଓ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦ ଚିହ୍ନଟ କରାଯିବ। ମୋବାଇଲ୍ ଫୋନ୍ ଓ ଲାପଟପ୍ ଚାର୍ଜିଂ ପଏଂଟରେ ହିଟର୍ କିମ୍ବା ଅନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ନକରିବାକୁ ଯାତ୍ରୀମାନଙ୍କୁ ସଚେତନ କରାଯିବ। କୋଚ୍ ରେ ଧୂମପାନ ନିଷେଧ' ସୂଚନା ଫଳକ ଲଗାଇବା ସହ ଯାତ୍ରୀଙ୍କ ଯାତାୟାତ ପାଇଁ ପଥ, ଭେଷ୍ଟିବ୍ୟୁଲ୍ ଓ କୋଚ୍ ଦ୍ୱାରଗୁଡ଼ିକୁ ବାଧାମୁକ୍ତ ରଖିବା ନିଶ୍ଚିତ କରାଯିବ।

ପାଂଟ୍ରି କାର୍ କର୍ମଚାରୀ ଓ ଠିକା କର୍ମଚାରୀମାନଙ୍କୁ ଅଗ୍ନି ନିରାକରଣ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର ସଠିକ୍ ବ୍ୟବହାର ସମ୍ପର୍କରେ ପରାମର୍ଶ ଦିଆଯିବ। ଯାତ୍ରୀମାନଙ୍କୁ ଅଗ୍ନି ନିରାପତା ସମ୍ପର୍କରେ ସଚେତନ କରିବା ପାଇଁ ରେଳ ଷ୍ଟେସନ ଓ ଟ୍ରେନ୍ଗୁଡ଼ିକରେ ସଚେତନତା ଫଳକ, ଷ୍ଟିକର୍ ଲଗାଯିବା ସହ ପ୍ରଚାରପତ୍ର ବଂଟନ କରାଯିବ।

ଷ୍ଟେସନ କର୍ମଚାରୀ, କ୍ୟାବିନ କର୍ମଚାରୀ, ଗେଟମ୍ୟାନ୍ ଓ ଟ୍ରେନ୍ ପରିଚାଳନା ସହ ଜଡ଼ିତ କର୍ମଚାରୀମାନଙ୍କୁ ଅଧିକ ସତର୍କ ରହିବା ସହ ଅତିକ୍ରମ କରୁଥିବା ଟ୍ରେନ୍ ରେ ଅଗ୍ନିକାଣ୍ଡର କୌଣସି ସଙ୍କେତ ଦେଖିଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande