ଓଭରବ୍ରିଜ୍ ରେ ପୁଲିସର ଚଢ଼ଉ, ୫ କେଜି ୪୮୦ ଗ୍ରାମ ଗଞ୍ଜେଇ ଓ ବାଇକ୍ ଜବତ : ୨ ଗିରଫ
Ganja-seized-2arrested-JHS
ଓଭରବ୍ରିଜ୍ରେ ପୁଲିସର ଚଢ଼ାଉ, ୫ କେଜି ୪୮୦ ଗ୍ରାମ ଗଞ୍ଜେଇ ଓ ବାଇକ୍ ଜବତ


ଝାରସୁଗୁଡା, ୬ ନଭେମ୍ବର (ହି.ସ.)- ନିଶାଦ୍ରବ୍ୟ ଚାଲାଣ ପାଇଁ ଅଭିନବ ଉପାୟ ଆପଣାଇଥିଲେ ଚାଲାଣକାରୀ। ବାଇକ୍ ସିଟ୍ ତଳେ ଗଞ୍ଜେଇ ଲୁଚାଇ ଚାଲାଣ କରୁଥିବା ବେଳେ ବେଲପାହାଡ଼ ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ଜାତୀୟ ରାଜପଥ ନମ୍ବର ୪୯ର ବେଲପାହାଡ଼ ରେଳ ଓଭରବ୍ରିଜ୍ ନିକଟରେ ପୁଲିସ ଆଜି ଚଢ଼ଉ କରି ୫ କେଜି ୪୮୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ବ୍ୟବହୃତ ବାଇକ୍ କୁ ଜବତ କରିଛି।

ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣକାରୀମାନେ ବାଇକ୍ ସିଟ୍ କଭର ତଳେ ଗଞ୍ଜେଇ ଲୁଚାଇ ରଖି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିଲେ। ଏ ସମ୍ପର୍କରେ ଖବର ପାଇ ବେଲପାହାଡ଼ ପୁଲିସ ଜାତୀୟ ରାଜପଥ ନମ୍ବର ୪୯ର ଓଭରବ୍ରିଜ୍ ନିକଟରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବାଇକ୍ ର ସିଟ୍ ତଳେ ଲୁଚାଇ ରଖାଯାଇଥିବା ଗଞ୍ଜେଇ ଠାବ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା।

ପ୍ରାଥମିକ ସୂଚନା ଅନୁସାରେ, ଝାରଖଣ୍ଡରୁ ଗଞ୍ଜେଇ ଆଣି ଛତିଶଗଡ଼କୁ ଚାଲାଣ କରିବାକୁ ଯୋଜନା ଥିଲା। ତେବେ ଏହି ଚାଲାଣ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ଗଞ୍ଜେଇ କେଉଁଠାରୁ ସଂଗ୍ରହ କରାଯାଇଥିଲା ଏବଂ କାହାକୁ ଯୋଗାଣ କରାଯିବାର ଯୋଜନା ଥିଲା, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଜାତୀୟ ରାଜପଥରେ ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ଘଟଣା ସାମ୍ନାକୁ ଆସିବା ପରେ ନିଶା କାରବାର ରୋକିବା ପାଇଁ ପୁଲିସର ଯାଞ୍ଚ ଓ ନଜରଦାରୀକୁ ଆହୁରି ଗୁରୁତ୍ୱ ଦିଆଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande